ଓଡିଶା

odisha

By

Published : Dec 26, 2020, 10:52 AM IST

ETV Bharat / bharat

ଦେଶରେ ଗୋଟିଏ ଦିନରେ 22,272 ଆକ୍ରାନ୍ତ ଚିହ୍ନଟ, 251 ମୃତ

24 ଘଣ୍ଟାରେ ଦେଶରେ 22 ହଜାର 272 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 251 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ 22,272 ଆକ୍ରାନ୍ତ ଚିହ୍ନଟ
ଗୋଟିଏ ଦିନରେ 22,272 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନାର ଡାଉନ ଟ୍ରେଣ୍ଡ ଜାରି । ଏହି କ୍ରମରେ ଗତ 24 ଘଣ୍ଟାରେ ଦେଶରେ 22 ହଜାର 272 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 251 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା 1 କୋଟି 1 ଲକ୍ଷ 69 ହଜାର 118ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 24 ଘଣ୍ଟାର 22 ହଜାର 274 ଆକ୍ରାନ୍ତ ସୁସ୍ଥକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 97 ଲକ୍ଷ 40 ହଜାର 108 ରେ ପହଞ୍ଚିଛି । ସେହିପରି ଏବେସୁଦ୍ଧା 2 ଲକ୍ଷ 81 ହଜାର 667 ଆକ୍ରାନ୍ତ ଦେଶରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ମାରାତ୍ମକ କୋରୋନା କାରଣରୁ 1 ଲକ୍ଷ 47 ହଜାର 343 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details