ଓଡିଶା

odisha

ETV Bharat / bharat

ନନ୍ଦିଗ୍ରାମ ମୁକାବିଲା, ମୁତୟନ ହେବ 22 କମ୍ପାନୀ ଫୋର୍ସ

ଅପ୍ରେଲ 1 ଅର୍ଥାତ ଗୁରୁବାର ନନ୍ଦିଗ୍ରାମରେ ହେବ ନିର୍ବାଚନ । ଏଠାରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ 22 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ ବୋଲି ନିର୍ବାଚନ ଆୟୋଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Mar 31, 2021, 9:58 AM IST

22 company central force will be deployed in nandigram
ନନ୍ଦିଗ୍ରାମ ମୁକାବିଲା: ମୁତୟନ ହେବ 22 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ

କୋଲକାତା: ନନ୍ଦିଗ୍ରାମରେ ହାଇଭୋଲଟେଜ ମୁକାବିଲା । ଏହି ମୁକାବିଲାରେ ସାରାଦେଶର ନଜର । ଅପ୍ରେଲ 1 ଅର୍ଥାତ ଗୁରୁବାର ନନ୍ଦିଗ୍ରାମରେ ହେବ ନିର୍ବାଚନ । ଏଠାରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ 22 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ ବୋଲି ନିର୍ବାଚନ ଆୟୋଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗ ରାଜନୀତିରେ ସବୁଠୁ ବଡ ଲଢେଇ । ମମତା ବାନାର୍ଜୀଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନ ସାଜିଛନ୍ତି ବିରୋଧୀ । ଯାହା ପଶ୍ଚିମବଙ୍ଗର ରାଜନୀତିକୁ ଆହୁରି ରୋଚକ କରିଛି । ଏଠାରେ ପୂର୍ବରୁ ତୃଣମୂଳ କଂଗ୍ରେସର ଦବଦବା ରହିଥିବାବେଳେ ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ପରେ ରାଜନୈତିକ ଗଣିତରେ ଓଲଟପାଲଟ ହୋଇଯାଇଛି । ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବହୁମାତ୍ରାରେ ଦେଖାଦେଇଥାଏ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଭନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଛି । ଏଥରୁ ପୂର୍ବତନ କ୍ରିକେଟର ଅଶୋକ ଦିଣ୍ଡା ମଧ୍ୟ ବାଦ ପଡିନାହିାଁନ୍ତି । ମତଦାନ ସମୟରେ ହିଂସାକୁ ନଜରରେ ରଖି ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ 22 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବ ବୋଲି ନିର୍ବାଚନ ଅୟୋଗ ଜଣେ ଅଧିକାରୀ କହିଛନ୍ତି । ନନ୍ଦିଗ୍ରାମ ବିଧାନସଭା ଆସନରେ ମୋଟ 355 ମତଦାନ କେନ୍ଦ୍ର ରହିଥିବା ବେଳେ ଏଠାରେ 75 ପ୍ରତିଶତ ବୁଥରେ ସିସିଟିଭି ନଜରରେ ରହିବ ।

ସୂଚନାଥାଉକି ଅପ୍ରେଲ 1 ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ଆସାମ ଓ ପଶ୍ଚିମବଙ୍ଗରେ ମୋଟ 69 ଟି ଆସନରେ ନିର୍ବାଚନ ହେବ । ପଶ୍ଚମବଙ୍ଗର 30 ଆସନରେ ଭୋଟ ପଡିବାକୁ ଥିବାବେଳେ ଆସାମର 39 ଟି ଆସନରେ ମତଦାନ ସାବ୍ୟସ୍ତ କରିବେ ଭୋଟର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details