ଓଡିଶା

odisha

ETV Bharat / bharat

କୋଲକାତାରୁ 22 ନକଲି ଆମାଜନ କର୍ମଚାରୀ ଗିରଫ, କଲସେଣ୍ଟରରେ ଚାଲିଥିଲା ଠକେଇ - ନକଲି ଆମାଜନ କର୍ମଚାରୀ

ନିଜକୁ ଆମାଜନ କର୍ମଚାରୀ ବୋଲି ଦର୍ଶାଇ ନକଲି କଲ ସେଣ୍ଟର ଚଳାଇବା ଏବଂ ଲୋକଙ୍କୁ ଠକିବା ଅଭିଯୋଗରେ 22 ଜଣଙ୍କୁ ଗିରଫ କଲା ପୋଲିସ । ତେବେ ଏହି ସମସ୍ତଙ୍କୁ କୋଲକାତାର ନ୍ୟୁ ଆଲିପୋର ଅଞ୍ଚଳରୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

କୋଲକାତାରୁ 22 ଜଣ ନକଲି ଆମାଜନ କର୍ମଚାରୀ ଗିରଫ
କୋଲକାତାରୁ 22 ଜଣ ନକଲି ଆମାଜନ କର୍ମଚାରୀ ଗିରଫ

By

Published : Sep 9, 2021, 10:27 AM IST

କୋଲକାତା: ନିଜକୁ ଆମାଜନ କର୍ମଚାରୀ ବୋଲି ଦର୍ଶାଇ ନକଲି କଲ ସେଣ୍ଟର ଚଳାଇବା ଏବଂ ଲୋକଙ୍କୁ ଠକିବା ଅଭିଯୋଗରେ 22 ଜଣଙ୍କୁ ଗିରଫ କଲା ପୋଲିସ । ତେବେ କୋଲକାତାର ନ୍ୟୁ ଆଲିପୋର ଅଞ୍ଚଳରୁ ଏହି ସମସ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ବୁଧବାର ସୂଚନା ଦେଇଛି । କୋଲକାତା ପୋଲିସ ଗୁଇନ୍ଦା ବିଭାଗର ଏକ ଟିମ୍ ମଙ୍ଗଳବାର ବିଳମ୍ବିତ ରାତିରେ ଆଲିପୋରର ବଙ୍କିମ ମୁଖାର୍ଜୀ ସାରନି କେନ୍ଦ୍ର ଉପରେ ଚଢାଉ କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତମାନେ କୌଣସି ବୈଧ ଡକ୍ୟୁମେଣ୍ଟ ବିନା କଲ୍ ସେଣ୍ଟର ଚଳାଉଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ଭଏସ୍ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ୍ ଯୋଗାଯୋଗ ପ୍ରଣାଳୀରେ ନିଜକୁ ଆମାଜନର କର୍ମଚାରୀ କହି କାର୍ଯ୍ୟ କରୁଥିଲେ। ଏବଂ ସେମାନେ କଲ୍ କରୁଥିବା ସରଳ ଲୋକଙ୍କୁ ସେମାନଙ୍କର ଉପହାର ଟଙ୍କା ଫେରସ୍ତ ହେବ କହି ଠକୁଥିଲେ । ତେବେ ସେମାନଙ୍କ ମଧ୍ୟରେ ଅଧିକାଂଶ ଅଷ୍ଟ୍ରେଲିଆର ବାସିନ୍ଦା ବୋଲି ଜଣାପଡ଼ିଛି ।

ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ଟିମଭ୍ୟୁୟର ଏବଂ ଏନିଡେସ୍କ ପରି ସଫ୍ଟୱେୟାର ବ୍ୟବହାର କରି ଟାର୍ଗେଟରେ ଥିବା କମ୍ପ୍ୟୁଟର ଉପରେ ନିୟନ୍ତ୍ରଣ ରଖିବା ସହ ଲୋକଙ୍କୁ ଅଷ୍ଟ୍ରେଲୀୟ ଡଲାର ଦେବାକୁ ବାଧ୍ୟ କରିଥିଲେ। ତେବେ ସେହି କଲ ସେଣ୍ଟରରୁ ଅନେକ ଆପତ୍ତିଜନକ ଚିଠି ଏବଂ ଦଲିଲ ଜବତ କରାଯାଇଥିବା ଅଧିକାରୀ କହିଛନ୍ତି ।

@PTI

ABOUT THE AUTHOR

...view details