ଓଡିଶା

odisha

ETV Bharat / bharat

Gold Seized: ଏୟାରପୋର୍ଟରୁ ୨୧୧ ଗ୍ରାମ ସୁନା ଜବତ, ଚକୋଲେଟ ପାଉଡର ସହ ମିଶି ହେଉଥିଲା ଚାଲାଣ - ଚକୋଲେଟ ପାଉଡ଼ର ସହ ସୁନା ଚାଲାଣ

ତାମିଲନାଡୁ ତିରୁଚିରପଲ୍ଲୀ ବିମାନ ବନ୍ଦରରୁ ୨୧୧ ଗ୍ରାମର ସୁନା ପାଉଡ଼ର ଜବତ (211 grams of gold mixed with chocolate powder seized ) । ଚକୋଲେଟ ପାଉଡ଼ର ସହ ମିଶି ଏହି ମୂଲ୍ୟବାନ ପଦାର୍ଥକୁ ଚାଲାଣ କରାଯାଉଥିଲା । ଅଧିକ ପଢନ୍ତୁ

Gold Seized
Gold Seized

By

Published : Jan 10, 2023, 9:54 AM IST

ଚେନ୍ନାଇ: ବିମାନ ଯାତ୍ରା ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁନା ଅଳଙ୍କାର, ବିଭିନ୍ନ ନିଶାଦ୍ରବ୍ୟ ଚାଲାଣ ହେଉଥିବା ଆପଣ ଶୁଣିଥିବେ । ବେଆଇନ ଭାବେ ଏପରି ବସ୍ତୁ ପଦାର୍ଥକୁ ଚାଲାଣ କରିବା ପାଇଁ ଚାଲାଣକାରୀମାନେ ମଧ୍ୟ ନୂଆ ପନ୍ଥା ଆପଣେଇବାରେ ଲାଗିଛନ୍ତି । ତାମିଲନାଡୁ ତିରୁଚିରପଲ୍ଲୀ ବିମାନ ବନ୍ଦର (Tiruchirappalli airport)ରୁ ୨୧୧ ଗ୍ରାମର ସୁନା ପାଉଡ଼ର ଜବତ ହୋଇଛି (211 grams of gold mixed with chocolate powder seized)। ଏହାକୁ ଚକୋଲେଟ ପାଉଡ଼ର ସହ ସୁନା ପାଉଡ଼ରକୁ ମିଶାଇ ଚାଲାଣ ହେଉଥିବା ନେଇ ଜଣାପଡ଼ିଛି ।

ଏହି ସୁନାର ମୂଲ୍ୟ ୨୧.୫୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ବେଆଇନ ଭାବେ ଏହି ମୂଲ୍ୟବାନ ପଦାର୍ଥକୁ ଚାଲାଣ ହେଉଥିବା ବେଳେ କଷ୍ଟମ ବିଭାଗ ଚାଲାଣକାରୀକୁ କାବୁ କରିଛି । ସୋମବାର ତିରୁଚିରପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁବାଇରୁ ଆସିଥିବା ଯାତ୍ରୀଙ୍କଠାରୁ ଏହି ମୂଲ୍ୟବାନ ପଦାର୍ଥକୁ ଜବତ କରାଯାଇଛି । ଏହି ଯାତ୍ରୀ ଜଣକ ଏୟାର ଇଣ୍ଡିଆ ବିମାନରେ ଦୁବାଇରୁ ଆସିଥିଲେ । କଷ୍ଟମ ବିଭାଗ ଯାଞ୍ଚ କରିବା ସମୟରେ ଏହି ମୂଲ୍ୟବାନ ପଦାର୍ଥକୁ ଜବତ କରିଛି ।

ଏହା ବି ପଢନ୍ତୁ- JOSHIMATH LAND SUBSIDENCE: ବାସ ଅନୁପଯୋଗୀ ସ୍ଥାନ ଚିହ୍ନଟ ଆରମ୍ଭ, ବିପଦରେ ଶଙ୍କରାଚାର୍ଯ୍ୟଙ୍କ ଜୋର୍ତିମଠ

ଅଫିସିଆଲଙ୍କ ସୂଚନା ଅନୁସାରେ ସୁନା ପାଉଡ଼ରକୁ ଚକୋଲେଟ ପାଉଡର ସହ ମିଶାଇ ଏହାକୁ ଚାଲାଣ କରାଯାଉଥିଲା । ଯାତ୍ରୀଙ୍କଠାରୁ ୩ଟି ଚକୋଲେଟ ପାଉଡର ପାତ୍ର ଜବତ ହୋଇଥିଲା । ଏଥିମଧ୍ୟରୁ ୨୧୧ ଗ୍ରାମର ୨୪ କ୍ୟାରେଟ ସୁନାକୁ ଜବତ କରାାୟଇଛି । ଏହାସହିତ ଯାତ୍ରୀଙ୍କ ବ୍ୟାଗରୁ ୧୭୫ ଗ୍ରାମର ସୁନା ଚେନ୍‌ ମଧ୍ୟ ଜବତ ହୋଇଛି । ଏହି ସମସ୍ତ ସୁନା ଅଳଙ୍କାରର ସର୍ବମୋଟ ମୂଲ୍ୟ ୨୧.୫୫ ଲକ୍ଷ ବୋଲି ଜଣାପଡ଼ିଛି ।

ଏନେଇ ଅଫିସିଆଲ ପକ୍ଷରୁ କୁହାଯାଇଛି, "ଯାତ୍ରୀ ଜଣକ Air India flight IX612ରେ ଦୁବାଇରୁ ତିରୁଚିରପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ବ୍ୟାଗର ଯାଞ୍ଚ ହୋଇଥିଲା । ଏହି ସମୟରେ ଏହି ମୂଲ୍ୟବାନ ପଦାର୍ଥ ମିଳିଥିଲା । ଉକ୍ତ ଯାତ୍ରୀ ଜଣକୁ ଏବେ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।" ଅନେକ ସମୟରେ ଦୁବାଇରୁ ଆସୁଥିବା ଯାତ୍ରୀଙ୍କଠାରୁ ସୁନା ଭଳି ମୂଲ୍ୟବାନ ଅଳଙ୍କାର ଜବତ ହୋଇଥାଏ । ବିମାନ ବନ୍ଦରରେ ଯାତାୟାତ କରୁଥିବା ଯାତ୍ରୀଙ୍କ ସାମଗ୍ରୀକୁ ଏଥିଲାଗି କଡ଼ାକଡ଼ି ଭାବେ ଯାଞ୍ଚ କରାଯାଏ ।

ABOUT THE AUTHOR

...view details