ଜୟପୁର:ମାଡି ଚାଲିଛି ଓମିକ୍ରନ । ପୁଣି ରାଜସ୍ଥାନରୁ ୨୧ ନୂଆ ମାମଲା ଚିହ୍ନଟ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଜି(ଶନିବାର) ୨୧ ନୂଆ ମାମଲା ଚିହ୍ନଟ ହୋଇଛି(21 New Cases of Omicron Found in Rajasthan) ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଶନିବାର NIB ପୁଣେରୁ ଆସିଥିବା ରିପୋର୍ଟ ଅନୁସାରେ ରାଜ୍ଯରେ ୨୧ ନୂଆ ଓମିକ୍ରନ ମାମଲା ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ରାଜଧାନୀ ଜୟପୁରରୁ ୧୧, ଅଜମେରରୁ ୬, ଉଦୟପୁରରୁ ୩ ଏବଂ ରାଜସ୍ଥାନରେ ବାସ କରୁଥିବା ଜଣେ ମହାରାଷ୍ଟ୍ର ନାଗରିକ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ସେହପିରି ୨୧ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଆସିଥିଲେ । ଅନ୍ୟବ୍ଯକ୍ତି ମାନେ ଏମାନଙ୍କ କଣ୍ଟାକ୍ଟରେ ଆସିବା ପରେ ସଂକ୍ରମିତ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:- ଦିଲ୍ଲୀରେ ପୁଣି ୧୨ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ