ଓଡିଶା

odisha

ETV Bharat / bharat

Birbhum violence: CBI ତାଲିକାରେ ୨୧ ଅଭିଯୁକ୍ତ, ଜେରା ହେଲେ TMC ନେତା - ବୀରଭୂମ ହିଂସା ଘଟଣାର ତଦନ୍ତ ଜାରି

ପଶ୍ଚିମବଙ୍ଗ ବୀରଭୂମ ହିଂସାକାଣ୍ଡ ଘଟଣାରେ ୨୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଲା CBI । ତଦନ୍ତ ପରିସରରେ ତୃଣମୂଳ କଂଗ୍ରେସ ନେତା । ଅଧିକ ପଢନ୍ତୁ

ବୀରଭୂମ ହିଂସାକାଣ୍ଡ: CBI ତାଲିକାରେ ୨୧ ଅଭିଯୁକ୍ତ
ବୀରଭୂମ ହିଂସାକାଣ୍ଡ: CBI ତାଲିକାରେ ୨୧ ଅଭିଯୁକ୍ତ

By

Published : Mar 27, 2022, 7:54 PM IST

କୋଲକାତା: ପଶ୍ଚିମବଙ୍ଗ ବୀରଭୂମରେ ହୋଇଥିବା ବହୁଚର୍ଚ୍ଚିତ ରାଜନୈତିକ ଗଣହତ୍ୟାକାଣ୍ଡରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ ଜାରି ରହିଥିବା ତଦନ୍ତରେ ୨୧ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ପୋଲିସ ତଦନ୍ତ ବେଳେ ପ୍ରସ୍ତୁତ କରିଥିବା ଅଭିଯୁକ୍ତଙ୍କ ତାଲିକା ସହ ଏହି ତାଲିକା ମଧ୍ୟ ପ୍ରାୟ ସମାନ ରହିଛି । ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନ ହେଉଛି, କିଛି ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ ।

ସୂଚନା ଅନୁସାରେ ଏହି ନେତାଙ୍କ ମଧ୍ୟରେ ଟିଏମସିର ସ୍ଥାନୀୟ ମଣ୍ଡଳ ସଭାପତି ଅନାରୁଲ ହୁସେନ ମଧ୍ୟ ଜେରାର ସମ୍ମୁଖୀନ ହୋଇଛନ୍ତି । ତେବେ ମମତା ବାନାର୍ଜୀ ଘଟଣାସ୍ଥଳ ପରିଦର୍ଶନ କରିବାବେଳେ ଏଥିରେ ସାମିଲ ଥିବା ସମସ୍ତେ ଗିରଫ ହେବେ ବୋଲି କହିଥିଲେ । ଆଜି ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତାଙ୍କୁ ଜେରା କରିଛି ସିବିଆଇ । ଜେରାର ସମ୍ମୁଖୀନ ଟିଏମସି ନେତା କିନ୍ତୁ ଏଥିରେ ସମ୍ପୃକ୍ତ ନଥିବା ଓ ଏହା ତାଙ୍କ ବିରୋଧରେ ଏକ ରାଜନୈତିକ ଷଡଯନ୍ତ୍ର ବୋଲି ସଫେଇ ଦେଇଛନ୍ତି ।

ପ୍ରଥମେ ରାଜ୍ୟ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥବାବେଳେ ଦେଶବ୍ୟାପୀ ଘଟଣାରେ ଉଦବେଗ ପ୍ରକାଶ ପାଇଥିଲା । କୋଲକାତା ହାଇକୋର୍ଟ ଏହି ମାମଲାରେ ଶୁଣାଣି କରିବା ସହ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ଦ୍ବାରା ଗଠିତ ଟିମ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳ ମଧ୍ୟ ଗସ୍ତ କରି ପ୍ରମାଣ ସଂଗ୍ରହ କରିଛି ଏହି ଟିମ ।

ଘଟଣା ଅନୁସାରେ, ବୀରଭୂମ ଅଞ୍ଚଳର ବୋଗତୁଇ ଗ୍ରାମରେ ଏହି ଘଟଣା ଘଟିଥିଲା । ପ୍ରଥମେ ଜଣେ ସ୍ଥାନୀୟ ପ୍ରତିନିଧିଙ୍କୁ ହତ୍ୟା ପରେ ୮ଜଣଙ୍କୁ ଘର ଭିତରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଫଳରେ ଏକାଧିକ ଶିଶୁଙ୍କ ସହ ମୋଟ ୮ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସାରା ଦେଶରେ ଆଲୋଡନ ସୃଷ୍ଟି ହେବା ସହ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେପି ସାଂସଦ । ବର୍ତ୍ତମାନ ଘଟଣାର ତଦନ୍ତ ସିବିଆଇ ଦ୍ବାର କରାଯାଉଥିବାବେଳେ ୨୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details