ଓଡିଶା

odisha

ETV Bharat / bharat

ମିଶନ ୨୦୨୪ ପାଇଁ ସୋନିଆଙ୍କ ଆହ୍ବାନ, ଲଢିବାକୁୁ ପଡିବ ବଡ ଯୁଦ୍ଧ - Opposition party meet

କ୍ଷମତାସୀନ ବିଜେପି ବିରୋଧରେ ଏକଜୁଟ ହେବାର ଆହ୍ବାନ ଦେଇ ସଂସଦରେ ବିପକ୍ଷ ଏକତାର ଭରସାକୁ ପ୍ରଶଂସା କରିଛନ୍ତି ସୋନିଆ । ହେଲେ ଆଗକୁ ବଡ ରାଜନୈତିକ ଲଢେଇ ଲଢିବାକୁ ପଡିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା । ଅଧିକ ପଢନ୍ତୁ...

ମିଶନ ୨୦୨୪ ପାଇଁ ସୋନିଆଙ୍କ ଆହ୍ବାନ, ଲଢିବାକୁୁପଡିବ ବଡ ଯୁଦ୍ଧ
ମିଶନ ୨୦୨୪ ପାଇଁ ସୋନିଆଙ୍କ ଆହ୍ବାନ, ଲଢିବାକୁୁପଡିବ ବଡ ଯୁଦ୍ଧ

By

Published : Aug 20, 2021, 7:51 PM IST

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡିକ ସହ ବୈଠକ କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । କ୍ଷମତାସୀନ ବିଜେପି ବିରୋଧରେ ଏକଜୁଟ ହେବାର ଆହ୍ବାନ ଦେଇ ସଂସଦରେ ବିପକ୍ଷ ଏକତାର ଭରସାକୁ ପ୍ରଶଂସା କରିଛନ୍ତି ସୋନିଆ । ହେଲେ ଆଗାକୁ ବଡ ରାଜନୈତିକ ଲଢେଇ ଲଢିବାକୁ ପଡିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ।

ଲକ୍ଷ୍ୟ ହେଉଛି 2024 ଲୋକସଭା ନିର୍ବାଚନ । ଏଥିପାଇଁ ବ୍ୟବସ୍ଥିତ ଢଙ୍ଗରେ ଯୋଜନା ପ୍ରସ୍ତୁତ କରିବାକୁ ହେବ। ଏହା ଏକ ଚ୍ୟାଲେଞ୍ଜ କିନ୍ତୁ ଏକତ୍ର ଆମେ ଏହା କରିପାରିବା କାରଣ ଏହାର କୈଣସି ବିକଳ୍ପ ନାହିଁ ବୋଲି ଜୋର ଦେଇ କହିଛନ୍ତି ସୋନିଆ ।

ସୋନିଆ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତଙ୍କର ନିଜସ୍ବ ଅସୁବିଧା ରହିଛି କିନ୍ତୁ ଜାତୀୟ ସ୍ବାର୍ଥ ଦାବି କରୁଛି ଯେ ଆମେ ସମସ୍ତେ ଏଗୁଡିକ ଠାରୁ ଉର୍ଦ୍ଧ୍ବରେ ରହିବା । କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି, ମୁଁ ନିଶ୍ଚିତ ଯେ ସଂସଦର ଆଗାମୀ ଅଧିବେଶନରେ ମଧ୍ୟ ବିରୋଧୀଙ୍କ ଏକତା ବଜାୟ ରହିବ। ବଡ ରାଜନୈତିକ ଯୁଦ୍ଧ ସଂସଦ ବାହାରେ ଲଢିବାକୁ ପଡିବ ବୋଲି ସେ କହିଛନ୍ତି। ଏହି ସମୟରେ ବିରୋଧୀ ଦଳର ଏକତା ଜାତୀୟ ସ୍ବାର୍ଥର ଦାବି ସହ କଂଗ୍ରେସ କୌଣସି ସୁଯୋଗକୁ ହାତଛଡା କରିବ ନାହିଁ ବୋଲି ଗାନ୍ଧୀ କହିଛନ୍ତି ।

ABOUT THE AUTHOR

...view details