ହାଇଦ୍ରାବାଦ: ଆଗକୁ ଆସୁଛି କର୍ଣ୍ଣାଟକ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଦୁଇ ରାଜ୍ୟର ଗାଦି ହାତେଇବାକୁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହେଲେଣି କସରତ । ମେ ମାସରେ କର୍ଣ୍ଣାଟକ ନିର୍ବାଚନ ଥିବା ବେଳେ ଡିସେମ୍ବରରେ ତେଲେଙ୍ଗାନାରେ ଭୋଟ ଦେବେ ଭୋଟର । ତେବେ ଉଭୟ ରାଜ୍ୟରେ ବହୁମତରେ ବିଜୟ ହେବା ପାଇଁ ଆଞ୍ଚଳିକ ଦଳଠାରୁ ଆରମ୍ଭ କରି ଜାତୀୟ ଦଳ ଅଣ୍ଟା ଭିଡିଛନ୍ତି ।
ତେବେ ଏହାରି ମଧ୍ୟରେ ଦକ୍ଷିଣ ଭାରତରେ ପଦ୍ମ ଫୁଟାଇବାକୁ ବିଜେପି ପକ୍ଷରୁ ଚାଲିଛି ମିଶନ ଲୋଟସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଆମିତ ଶାହା ଦୁଇ ରାଜ୍ୟର ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଜନସାଧାରଣଙ୍କ ନିକଟରେ ପାହଞ୍ଚିବା ପାଇଁ ସମସ୍ତ ଶକ୍ତି ଲଗାଇଛି ବିଜେପି । ତେବେ କର୍ଣ୍ଣାଟକରେ ନିଜ ଗାଦିକୁ ସୁରକ୍ଷିତ ରଖିବା ସହ ବହୁମତରେ ନିର୍ବାଚନ ଜିତିବାର ଆଶା ରଖିଛି ବିଜେପି । ଗୁଜରାଟର ଓ ଉତ୍ତରପୂର୍ବ ସଫଳତାକୁ ଦକ୍ଷିଣ ଭାରତରେ ଦୋହରାଇବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ପୂର୍ବ ବର୍ଷ ଗୁଜରାଟର ବିଧାନସଭା ନିର୍ବାଚନରୁ ପ୍ରେରଣା ନେଇ କର୍ଣ୍ଣାଟକ ଗାଦିକୁ ସୁରକ୍ଷତ କରିବା ପାଇଁ କସରତ ଆରମ୍ଭ କରିଛି ପଦ୍ମ । କାରଣ ବେଳେ ଦାକ୍ଷିଣାତ୍ୟର ବୃହତ ରାଜ୍ୟ କର୍ଣ୍ଣାଟକରେ କେବଳ ବିଜେପି ଶାସନ ରହିଛି । କର୍ଣ୍ଣାଟକ ବ୍ୟତୀତ ଦକ୍ଷିଣ ଭାରତର ଅନ୍ୟ ସମସ୍ତ ରାଜ୍ୟରେ ଭାରତୀୟ ଜନତା ପାର୍ଟି କିମ୍ବା କଂଗ୍ରେସ ପରି ଜାତୀୟ ଦଳର ପ୍ରଭାବ ଶୂନ୍ୟ ।