ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ବାରାଣସୀ ସହରରେ 2006 ମସିହାରେ ଘଟିଥିବା ସିରିଜ ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଓ୍ବାଲିଉଲ୍ଲା ଖାନକୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଆଜି (ସୋମବାର) ଗାଜିଆବାଦର ଏକ କୋର୍ଟ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରି 2ଟି ମାମଲାରେ ଅଭିଯୁକ୍ତ ଓ୍ବାଲିଉଲ୍ଲାକୁ ଦୋଷୀ ସାବ୍ୟସ୍ତ କରିବା ସହ ଗୋଟିଏରେ ଫାଶୀ ଦଣ୍ଡ ଓ ଅନ୍ୟଟିରେ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୁଇଟି ପୃଥକ ମାମଲା ସରିଏଲ ବିସ୍ଫୋରଣ ସମ୍ପର୍କିତ ଥିଲା ।
2006 ମସିହା ମାର୍ଚ୍ଚ 7 ତାରିଖରେ ବାରାଣସୀ ସହରର ସଙ୍କଟମୋଚନ ମନ୍ଦିର ଓ କଣ୍ଟେନମେଣ୍ଟ ରେଲଓ୍ବେ ଷ୍ଟେସନ ସମେତ ଅନ୍ୟ କିଛି ବ୍ୟସ୍ତବହୁଳ ସ୍ଥାନରେ ସିରିଏଲ ବିସ୍ଫୋରଣ କରାଯାଇଥିଲା । ଏଥିରେ ପ୍ରାୟ 20 ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ଆଜି ଏହି ମାମଲାର ଶୁଣାଣି କରି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆତଙ୍କବାଦୀ ଓ୍ବାଲିଓ୍ବାଲା ଖାନକୁ ଜିଲ୍ଲା ସେସନ ବିଚାରପତି ଜିତେନ୍ଦ୍ର କୁମାର ସିହ୍ନା ଦୋଷୀ ସାବ୍ୟସ୍ତ କରିଛନ୍ତି ।
- ୨୦୦୬ ବାରଣାସୀ ସିରିୟଲ ବୋମା ବିସ୍ଫୋରଣ ମାମଲା
- ଦୋଷୀ ଆତଙ୍କବାଦୀ ୱାଲିଉଲ୍ଲା ଖାନ୍ଙ୍କୁ ଫାଶୀ ଦଣ୍ଡାଦେଶ
- ଡବଲ ବ୍ଲାଷ୍ଟରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା
- ୨୦ ଜଣଙ୍କ ମୃତ୍ୟୁ ସହ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ