ଓଡିଶା

odisha

ETV Bharat / bharat

Naroda Massacre Case: 21 ବର୍ଷ ପରେ ଆଜି ଆସିବ ରାୟ, ସ୍ବତନ୍ତ୍ର ଅଦାଲତ ଶୁଣାଇବେ ଫଇସଲା - ନାରୋଦା ଦଙ୍ଗା ରାୟ

ବହୁ ଚର୍ଚ୍ଚିତ ନାରୋଦା ଦଙ୍ଗା ଘଟଣାରେ ଆଜି ଆସିବ ରାୟ । ଅହମ୍ମଦାବାଦର ଏକ ସ୍ବତନ୍ତ୍ର କୋର୍ଟ ଆଜି ରାୟ ଶୁଣାଇବେ । ଅଧିକ ପଢନ୍ତୁ

Naroda Massacre Case verdict today
Naroda Massacre Case

By

Published : Apr 20, 2023, 10:41 AM IST

Updated : Apr 20, 2023, 10:47 AM IST

ଅହମ୍ମଦାବାଦ: ଆଜି ଆସିବ 2002 ନାରୋଦା ଗାମ ଦଙ୍ଗାର ରାୟ । ଗୁଜୁରାଟ ଅହମ୍ମଦାବାଦର ଏକ ସ୍ବତନ୍ତ୍ର ଅଦାଲତ ଆଜି ନରୋଦା ଦଙ୍ଗାର ଫଇସଲା ଶୁଣାଇବେ । ଏହି ମାମଲାରେ ମୋଟ 86 ଜଣ ଅଭିଯୁକ୍ତ ରହିଥିଲେ । ତଦନ୍ତ ସମୟରେ 18 ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଏହି ଘଟଣାରେ ବିଜେପି ପୂର୍ବତନ ବିଧାୟକ ମାୟା କୋନାନି ଏବଂ ଅନ୍ୟ ନେତା ଅଭିଯୁକ୍ତ ରହିଛନ୍ତି । 2002 ଗୋଧ୍ରା ଦଙ୍ଗା ସମୟରେ ଉତ୍ୟକ୍ତ ଲୋକ ଅହମ୍ମଦାବାଦର ନରସଂହାର କରିଥିଲେ । ଆଜି 21 ବର୍ଷ ପରେ ଧରି ଚାଲିଥିବା ଏହି ବହୁ ଚର୍ଚ୍ଚିତ ମାମଲାର ଆଜି ଆସିବ ରାୟ ।

ଜାଣନ୍ତୁ କଣ ପୂରା ମାମଲା:

2002 ଫେବୃଆରୀ 28 ତାରିଖ । ନରୋଦା ଗାମରେ 11 ଜଣଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା । ଗୋଧ୍ରା କାଣ୍ଡ ପରେ ସାମ୍ପ୍ରଦାୟିକ ଦଙ୍ଗାରେ 11 ଜଣଙ୍କ ଜୀବନ ଯାଇଥିଲା । ପୋଲିସ ଘଟଣାସ୍ଥଳରୁ 20ରୁ ଅଧିକ ଜଣଙ୍କୁ ଗିରଫ କରିଥିଲା । ତଦନ୍ତ ପରେ ଆହୁରି 50ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ ଦାଖଲ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ମାମଲାକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ 2008 ଅଗଷ୍ଟ 26 ତାରିଖରେ ଏସଆଇଟି ଟିମକୁ ତଦନ୍ତ ଭାର ଦିଆଯାଇଥିଲା । ମାମଲାରେ ମୋଟ 258 ସାକ୍ଷୀ ଥିଲେ । 182 ଜଣଙ୍କ ସାକ୍ଷୀଙ୍କ ବୟାନ ଆଧାରରେ ତଦନ୍ତ ହୋଇଥିଲା । ମୋଟ 86 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରିଥିଲେ । ତଦନ୍ତ ସମୟରେ 17 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଏହି ମାମଲାରେ 68 ଅଭିଯୁକ୍ତ ବିରୋଧରେ ମକଦ୍ଦମା ଚାଲିଛି । ଆଜି ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇବେ ସ୍ବତନ୍ତ୍ର କୋର୍ଟ ।

ଏସଆଇଟି ସ୍ବତନ୍ତ୍ର ବିଚାରପତି ଶୁଭଦ୍ରା ବକ୍ସି ଏହି ମାମଲାର ରାୟ ଶୁଣାଇବେ । ମାମଲାର ଶୁଣାଣି ନେଇ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି । ପୋଲିସ ଟିମ ଆଲର୍ଟ ରହିଛି । ଅନ୍ତିମ ରାୟ ଆସିବା ପୂର୍ବରୁ ଏସଆଇଟି ସ୍ବତନ୍ତ୍ର ଜଜ ଶୁଭଦ୍ରା ବକ୍ସି ନାରୋଦା ଗସ୍ତ କରିଥିଲେ ।

68 ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ବିଧାୟକ କୋଡନାନୀଙ୍କ ସମେତ ବଜରଙ୍ଗୀ ଦଳ ପୂର୍ବ ନେତା ବାବୁ ବଜରଙ୍ଗୀ ଓ ବିଶ୍ବ ହିନ୍ଦୁ ପରିଷଦ ନେତା ଜୟଦୀପ ପଟେଲ ରହିଛନ୍ତି । ଦଙ୍ଗା ଓ ହତ୍ୟା ବ୍ୟତୀତ କୋଡନାନୀଙ୍କ ବିରୋଦରେ ଅପରାଧିକ ଷଡଯନ୍ତ୍ର ଏବଂ ହତ୍ୟା ଉଦ୍ୟମର ଅଭିଯୋଗ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 2017ରେ କୋଡନାନୀଙ୍କ ସପକ୍ଷରେ ବାହାରିଥିଲେ । ନାରୋଦା ଦଙ୍ଗାର ଗୋଟିଏ ଦିନ ପୂର୍ବରୁ ଗୁଜୁରାଟ ଗୋଧ୍ରା ଏକ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଘଟଣାରେ 58 ଜଣଙ୍କ ମୃତ୍ୟୁ ହୋଇଥିଲା ।

Last Updated : Apr 20, 2023, 10:47 AM IST

ABOUT THE AUTHOR

...view details