ଓଡିଶା

odisha

ETV Bharat / bharat

2002 Gujarat riots: ଗୁଜୁରାଟ ଦଙ୍ଗାରେ ମୋଦିଙ୍କୁ କ୍ଳିନଚିଟ୍‌ ମାମଲା, ଜାଫ୍ରିଙ୍କ ପିଟିସନ୍‌ ଖାରଜ - ଗୁଜୁରାଟ ଦଙ୍ଗା ମାମଲା

2002 ମସିହାରେ ହୋଇଥିବା ଗୁଜୁରାଟ ଦଙ୍ଗା ମାମଲାରେ ଜାକିଆ ଜ୍ରାଫିଙ୍କ ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଗୁଜୁରାଟ ଦଙ୍ଗାରେ ଜାଫ୍ରିଙ୍କ ପିଟସନ ଖାରଜ
ଗୁଜୁରାଟ ଦଙ୍ଗାରେ ଜାଫ୍ରିଙ୍କ ପିଟସନ ଖାରଜ

By

Published : Jun 24, 2022, 12:11 PM IST

Updated : Jun 24, 2022, 1:52 PM IST

ନୂଆଦିଲ୍ଲୀ:2002 ମସିହାରେ ହୋଇଥିବା ଗୁଜୁରାଟ ଦଙ୍ଗା ମାମଲାରେ କଂଗ୍ରେସ ନେତା ଏହସାନ ଜାଫ୍ରିଙ୍କ ପତ୍ନୀ ଜାକିଆ ଜ୍ରାଫିଙ୍କ ପିଟିସନ ଖାରଜ ହୋଇଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦିଙ୍କୁ ଦିଆଯାଇଥିବା କ୍ଲିନ୍‌ଚିଟ୍‌କୁ ଚ୍ୟାଲେଞ୍ଜ କରିଥିଲେ ଜାଫ୍ରି । ମୋଦିଙ୍କୁ ଏସଆଇଟି (Special Investigation Team) କ୍ଲିନଚିଟ୍ ଦେଇଥିଲା । ମୋଦିଙ୍କ ସମେତ ଆଉ 63 ବ୍ୟକ୍ତିଙ୍କୁ ମାମଲାରେ କ୍ଲିନଚିଟ୍ ମିଳିଥିଲା । 2002 ଗୁଜୁରାଟ ଦଙ୍ଗାରେ ଏକ ବଡ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟ ମାମଲା ତଦନ୍ତ ପାଇଁ ଯୋଗ୍ୟ ନୁହେଁ ବୋଲି ମତ ଦେଇ ଆବେଦନକୁ ଖାରଜ କରି ଦେଇଛନ୍ତି ।

ଜଷ୍ଟିସ ଏ ଏମ ଖାନୱାଲିକରଙ୍କ ନେତୃତ୍ବ ତିନିଜଣିଆ ଖଣ୍ଡପୀଠ ଜ୍ରାଫିଙ୍କ ପିଟିସନକୁ ନେଇ 2021 ଡିସେମ୍ବର 9ରେ ରାୟ ସଂରକ୍ଷିତ କରିଥିଲେ । 2002 ଗୁଜୁରାଟ ଦଙ୍ଗାରେ କଂଗ୍ରେସ ପୂର୍ବତନ ସାଂସଦ ଏହସାନ ଜାଫ୍ରିଙ୍କ ସମେତ 68 ଜଣଙ୍କ ଜୀବନ ଯାଇଥିଲା । ଘଟଣାର ଦିନକ ପୂର୍ବରୁ ଗୋଧ୍ରା ଷ୍ଟେସନରେ ଗୋଟିଏ ଟ୍ରେନରେ ନିଆଁ ଲଗାଇ ୫୯ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ହିଁ ପୂରା ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା ।

ଘଟଣାର ତଦନ୍ତ ପାଇଁ କୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରାଯାଇଥିଲା । SIT ଘଟଣାର ୧୦ ବର୍ଷ ପରେ ଅର୍ଥାତ ୨୦୧୨ ମସିହା ଫେବୃଆରୀ 8ରେ କ୍ଲୋଜର ରିପୋର୍ଟ ଦାଖଲ କରିଥିଲା । ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ୬୩ ଜଣଙ୍କ ବିରୋଧରେ ତଦନ୍ତ ପାଇଁ ଆବଶ୍ୟକ ପ୍ରମାଣ ନଥିବା କୁହାଯାଇଥିଲା ।

Last Updated : Jun 24, 2022, 1:52 PM IST

ABOUT THE AUTHOR

...view details