ଓଡିଶା

odisha

ETV Bharat / bharat

Agnipath Scheme Protest: ୨୦୦ ଟ୍ରେନ ପ୍ରଭାବିତ, ୩୫ ବାତିଲ

ଭାରତୀୟ ସେନାରେ ଭର୍ତ୍ତି ହେବା ଲାଗି କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ବିରୋଧରେ ଉଗ୍ରରୂପ ନେଉଛି ଆନ୍ଦୋଳନ । ଏଥିଲାଗି ଟ୍ରେନ ସେବା ଗଭୀର ମାତ୍ରାରେ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

By

Published : Jun 17, 2022, 5:25 PM IST

Agnipath Scheme Protest: ୨୦୦ ଟ୍ରେନ ପ୍ରଭାବିତ, ୩୫ ବାତିଲ
Agnipath Scheme Protest: ୨୦୦ ଟ୍ରେନ ପ୍ରଭାବିତ, ୩୫ ବାତିଲ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ହେବା ଲାଗି କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ବିରୋଧ (Agnipath scheme for recruitment in armed forces)ରେ ଗତ ୩ ଦିନ ଧରି ଜାରି ରହିଛି ବିକ୍ଷୋଭ । ଅଗ୍ନିପଥର ନିଆଁ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ବିକ୍ଷୋଭକାରୀ ଉଗ୍ରରୂପ ପ୍ରଦର୍ଶନ କରିବା ପରେ ଟ୍ରେନ ସେବା ଗଭୀର ଭାବରେ ପ୍ରଭାବିତ ହୋଇଛି । ଏଯାବତ ୨୦୦ ଟ୍ରେନ ପ୍ରଭାବିତ ହୋଇଥିବା ବେଳେ ୩୫ଟି ଟ୍ରେନ ବାତିଲ ହୋଇଛି । ଏହାବ୍ୟତୀତ ୧୩ଟି ଟ୍ରେନକୁ ଟର୍ମିନେଟ କରାଯାଇଥିବା ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଅଗ୍ନିପଥ ନିଆଁ ବ୍ୟାପିବାରେ ଲାଗିଛି । ବୁଧବାର ଏହି ଯୋଜନାକୁ ଅନେକ ଛାତ୍ର ବିରୋଧ କରିବା ପରେ ସବୁଠାରୁ ଅଧିକ ପୂର୍ବ ମଧ୍ୟ ରେଳ ବିଭାଗ ( East Central Railways ) ପ୍ରଭାବିତ ହୋଇଛି । କାରଣ ବିକ୍ଷୋଭକାରୀ ଟ୍ରେନରେ ନିଆଁ ଲଗାଇ ଦେଉଥିବା ଖବର ମଧ୍ୟ ସାମନାକୁ ଆସିଛି ।

ଏହା ବି ପଢନ୍ତୁ- Agnipath scheme protest: ବିଭିନ୍ନ ରାଜ୍ୟକୁ ବ୍ୟାପୁଛି ବିକ୍ଷୋଭ, ପୋଲିସ ଗୁଳିରେ ଜଣେ ମୃତ

ଯେଉଁ ରାଜ୍ୟରେ ବ୍ୟାପକ ବିରୋଧ ପ୍ରଦର୍ଶନ ହେଉଛି ସେହି ରାଜ୍ୟରେ ଯାତାୟାତ ହେବାକୁ ଥିବା ୮ଟି ଟ୍ରେନକୁ ନଜରରେ ରଖାଯାଇଛି । ସ୍ଥିତିକୁ ଦେଖି ଏହି ଟ୍ରେନକୁ ପରିଚାଳିତ କରାଯିବ । ଏହି ଟ୍ରେନ ମଧ୍ୟରେ ୧୨୩୦୩ ହାୱଡା-ନୂଆଦିଲ୍ଲୀ ପୂର୍ବ ଏକ୍ସପ୍ରେସ, ୧୨୩୫୩ ହାୱଡା-ଲାଲକୁଆଁ ଏକ୍ସପ୍ରେସ, ୧୮୬୨୨ ରାଞ୍ଚି-ପାଟଳିପୁତ୍ର ଏକ୍ସପ୍ରେସ, ୧୮୧୮୨ ଦାନାପୁର-ଟାଟା ଏକ୍ସପ୍ରେସ, ୨୨୩୮୭ ହାୱଡା- ଧନବାଦ ବ୍ଲାକ ଡାଏମଣ୍ଡ ଏକ୍ସପ୍ରେସ, ୧୩୫୧୨ ଆସନସୋଲ-ଟାଟା ଏକ୍ସପ୍ରେସ, ୧୩୦୩୨ ଜୟନଗର-ହାୱଡା ଏକ୍ସପ୍ରେସ ଓ ୧୩୪୦୯ ମାଲଦା ଟାଉନ-କିଉଲ ଏକ୍ସପ୍ରେସ ସାମିଲ ରହିଛି ।

ବାତିଲ ହୋଇଥିବା ଟ୍ରେନଗୁଡ଼ିକ ହେଉଛି ୧୨୩୩୫ ମାଲଦା ଟାଉନ-ଲୋକମାଣ୍ୟ ତିଳକ(T) ଏକ୍ସପ୍ରେସ ଓ ୧୨୨୭୩ ହାୱଡା- ନୂଆଦିଲ୍ଲୀ ଦୁରନ୍ତୋ ଏକ୍ପପ୍ରେସ ଆଦି ଆଉ ୩୨ଟି ଟ୍ରେନକୁ ବାତିଲ କରାଯାଇଛି । ବିକ୍ଷୋଭକାରୀମାନେ ଟ୍ରେନକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେବା ପରେ ରେଳ ବିଭାଗର ଅନେକ କ୍ଷତିଗ୍ରସ୍ତ ହୋଇଛି । କ୍ଷତିର ଆକଳନ ଏବେ କରାଯାଇନାହିଁ ବୋଲି କହିଛି ବିଭାଗ ।

ସୂଚନା ଥାଉ କି, ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର ଭାବେ ୪ ବର୍ଷ ପାଇଁ ଯବାନଙ୍କୁ ଦେଶ ସେବା ପାଇଁ ସୁଯୋଗ ମିଳିବ । ୪ ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ ୨୫% ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ । ଏନେଇ ଆବେଦନକାରୀଙ୍କ ବୟସ ସାଢେ ୧୭ ବର୍ଷରୁ ୨୩ ବର୍ଷ ରଖାଯାଇଛି । ପ୍ରଶିକ୍ଷଣ ଅବଧି ସମେତ ପ୍ରାର୍ଥୀଙ୍କୁ ୪ ବର୍ଷ କାର୍ଯ୍ୟକାଳ ପାଇଁ ସ୍ଥଳ ସେନା, ବାୟୁ ସେନା ଓ ନୌସେନାରେ ନିଯୁକ୍ତି ଦିଆଯିବ ।

ABOUT THE AUTHOR

...view details