ଓଡିଶା

odisha

ETV Bharat / bharat

Godhra Kand: ଟ୍ରେନ ବଗିରୁ ବ୍ୟାପିଥିଲା ସାମ୍ପ୍ରଦାୟ ନିଆଁ, ଯାଇଥିଲା 59 କରସେବକଙ୍କ ଜୀବନ - ଗୋଧ୍ରା କାଣ୍ଡକୁ ପୁରିଲା 20 ବର୍ଷ

ଦେଶର ଇତିହାସରେ ଆଜିର ଦିନ ଏକ ଦୁଃଖଦ ଦିନ ଭାବେ ଲିପିବଦ୍ଧ ହୋଇ ରହିଛି । ଏହି ଦିନକୁ ଦେଶବାସୀ କେବେ ଭୁଲି ପାରିବେ ନାହିଁ । ୨୦ ବର୍ଷ ପୂର୍ବେ ଆଜିର ଦିନରେ ଏକ ଏମିତି ଘଟଣା ଘଟିଥିଲା ଯାହାର ପ୍ରଭାବ ସିଧା ଦେଶର ରାଜନୀତି ଉପରେ ପଡିଥିଲା । ୨୭ ଫେବୃୟାରୀ ୨୦୦୨ ଗୁଜୁରାଟ (Gujarat) ସ୍ଥିତ ଗୋଧ୍ରା ଷ୍ଟେସନ (Godhra Railway Station)ରେ ଲାଗିଥାଏ ପ୍ରବଳ ଭିଡ । ସାବରମତୀ ଏକ୍ସପ୍ରେସ (Sabarmati Express)ରେ ଲାଗିଲା ନିଆଁ । ଫଳରେ ଟ୍ରେନର ବଗି ନମ୍ବର S-6 ରେ ଥିବା ୫୯ ଜଣ କରସେବକଙ୍କ । ଅଧିକ ପଢନ୍ତୁ

Godhra Kand
v

By

Published : Feb 27, 2022, 6:03 PM IST

ହାଇଦ୍ରାବାଦ:ଦେଶର ଇତିହାସରେ ଆଜିର ଦିନ ଏକ ଦୁଃଖଦ ଦିନ ଭାବେ ଲିପିବଦ୍ଧ ହୋଇ ରହିଛି । ଏହି ଦିନକୁ ଦେଶବାସୀ କେବେ ଭୁଲି ପାରିବେ ନାହିଁ । ୨୦ ବର୍ଷ ପୂର୍ବେ ଆଜିର ଦିନରେ ଏକ ଏମିତି ଘଟଣା ଘଟିଥିଲା ଯାହାର ପ୍ରଭାବ ସିଧା ଦେଶର ରାଜନୀତି ଉପରେ ପଡିଥିଲା । ୨୭ ଫେବୃୟାରୀ ୨୦୦୨ ଗୁଜୁରାଟ (Gujarat) ସ୍ଥିତ ଗୋଧ୍ରା ଷ୍ଟେସନ (Godhra Railway Station)ରେ ଲାଗିଥାଏ ପ୍ରବଳ ଭିଡ ।

ସାବରମତୀ ଏକ୍ସପ୍ରେସ (Sabarmati Express)ରେ ଲାଗିଲା ନିଆଁ । ଫଳରେ ଟ୍ରେନର ବଗି ନମ୍ବର S-6 ରେ ଥିବା ୫୯ ଜଣ କରସେବକଙ୍କ ହୋଇଥିଲେ ଜୀବନ୍ତ ଦଗ୍ଧ । ଯେଉଁମାନେ ଅଯୋଧ୍ୟାରୁ କରସେବା ସାରି ଟ୍ରେନ ଯୋଗେ ଫେରୁଥିଲେ । ଏହି ଘଟଣା କିଛି କ୍ଷଣରେ ପୁରା ଗୁଜୁରାଟକୁ ବ୍ୟାପୀ ଯାଇଥିଲା । ଏହାସହ ପରବର୍ତ୍ତୀ ସାମ୍ପ୍ରଦାୟିକ ହିଂସାରେ ୧୨ ଶହ ଲୋକଙ୍କ ଜୀବନ ଯାଇଥିଲା ।

ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାନ୍ତି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ (Atal Bihari Vajpayee), ଆଉ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥାନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସାମ୍ପ୍ରଦାୟିକ ହିଂସାରେ ଅନେକ ଲୋକଙ୍କ ଜୀବନ ଚାଲିଗଲା । ଫଳରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିରୋଧୀ ଅନେକ ସଂଗୀନ ଅଭିଯୋଗ ଆଣିଲେ ।

ଟାର୍ଗେଟରେ ଥିଲା ସାବରମତୀ ଏକ୍ସପ୍ରେସ

ଗୋଧ୍ରା ରେଳ ଷ୍ଟେସନ (Godhra Railway Station) ଗୁଜୁରାଟର ପଞ୍ଚମହଲ ଜିଲ୍ଲାରେ ଅବସ୍ଥିତ । ଆଉ ଏହି ଠାରେ କରସେବକଙ୍କୁ ଜୀବନ୍ତ ପୋଡି ମାରି ଦେବା ପାଇଁ ହୋଇଥିଲା ଭୟଙ୍କର ଷଡଯନ୍ତ୍ର । ସାରବମତୀ ଏକ୍ସପ୍ରେସ ଗୋଧ୍ରା ଷ୍ଟେସନ ପହଞ୍ଚିବା ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଥିଲା । ହେଲେ ଟ୍ରେନ ପହଞ୍ଚି ନିର୍ଦ୍ଧାରିତ ସମୟରେ ଛାଡିବା ପୂ୍ର୍ବରୁ ଚେନ ଟାଣି ଟ୍ରେନକୁ ଅଟକାଇ ଦିଆଯାଇଥିଲା । ଆଉ ଅଚାନକ ଟ୍ରେନକୁ ପଥର ମାଡ ହୋଇଥିଲା । କିଛି କ୍ଷଣ ମଧ୍ୟରେ ଟ୍ରେନରେ ନିଆଁ (Godhra Train Burning) ଲଗାଇ ଦିଆଯାଇଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ କରସେବକଙ୍କୁ ଉଦ୍ଧାର ପାଇଁ ମଧ୍ୟ ସମୟ କି ସୁଯୋଗ ନଥିଲା । ଆଉ କିଛି କ୍ଷଣ ମଧ୍ୟରେ ୫୯ କରସେବକଙ୍କ ଜୀବନ ଚାଲିଯାଇଥିଲା। ଆଉ ଏହି ଘଟଣା ପାଇଁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଦାୟୀ କରାଯାଇଥିଲା । ଯାହା ଫଳରେ ରାଜ୍ୟବ୍ୟାପୀ ହିଂସା ବ୍ୟାପି ଯାଇଥିଲା ।

ଅଯୋଧ୍ୟାରୁ ଫେରୁଥିଲେ ଶ୍ରଦ୍ଧାଳୁ

ଘଟଣାରେ ମୃତ୍ୟୁ ବରଣ କରିଥିବା ଶ୍ରଦ୍ଧାଳୁ ଅଯୋଧ୍ୟାରୁ ଫେରୁଥିଲେ । ବିଶ୍ବ ହିନ୍ଦୁ ପରିଷଦ (Vishva Hindu Parishad) ଅଯୋଧ୍ୟାରେ ୨୦୦୨ ଫେବୃୟାରୀ ମାସରେ ପୂର୍ଣ୍ଣାହୁତି ମହାଯଜ୍ଞ ଆୟୋଜନ କରିଥିଲା । ଯେଉଁଥିରେ ସେବା ଦେଇ ଫେରୁଥିଲେ କରସେବକ ।

୧୯ ବର୍ଷ ପରେ ଧରା ପଡିଲା ମୁଖ୍ୟ ଅଭିଯୁକ୍ତ

ଘଟଣାର ଦୀର୍ଘ ୧୯ ବର୍ଷ ପରେ ଗତ ବର୍ଷ ମୁଖ୍ୟ ଅଭିଯୁକ୍ତ ରଫିକ ଧରାପଡିଥିଲା । ଯିଏ ଗୋଧ୍ରା ଷ୍ଟେସନରେ ଶ୍ରମିକ ଭାବେ କାମ କରୁଥିଲା। ଆଉ ଘଟଣା ପରଠାରୁ ଫେରାର ହୋଇଯାଇଥିଲା। ତେବେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଗତ ବର୍ଷ ମୁଖ୍ୟ ଅଭିଯୁକ୍ତ ନିଜ ପରିବାରକୁ ସ୍ଥାନାନ୍ତର ପାଇଁ ଘରକୁ ଆସିଥିବା ବେଳେ ପୋଲିସ ଗରିଫ କରିବାରେ ସଫଳ ହୋଇଛି।

ଘଟଣା ଷଡଯନ୍ତ୍ର ଥିବା କହିଥିଲେ ଆୟୋଗ

ଗୋଧ୍ରା କାଣ୍ଡର ତଦନ୍ତ କରୁଥିବା ୟୁସି ବାନାର୍ଜୀ ସମିତି (UC Banerjee Committee) ନିଜର ଅନ୍ତରୀଣ ରିପୋର୍ଟରେ ଘଟଣାକୁ ଏକ ଦୁର୍ଘଟଣା ବୋଲି କହିଥିଲେ । ଯାହାକୁ ଗ୍ରହଣ କରିପାରିନଥିଲେ ଗୁଜୁରାଟ ହାଇକୋର୍ଟ (Gujarat High Court) । ପରେ ନାନାବତୀ କମିଶନ (Nanavati Commission) ନାମକ ଏକ ତଦନ୍ତ କମିଟି ଗଠନ ହୋଇଥିଲା । ଏହି କମିଟି ଘଟଣାକୁ ଏକ ବଡ ଷଡଯନ୍ତ୍ର ବୋଲି ରିପୋର୍ଟ ଦେଇଥିଲେ ।

ଆଉ ଏହି ଘଟଣାକୁ ନେଇ ବିରୋଧୀ ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀ ମଣ୍ଡଳ ଓ ସରକାରୀ ଅଧିକାରୀଙ୍କୁ ଦାୟୀ କରିଥିଲେ । କିନ୍ତୁ ତଦନ୍ତକାରୀ କମିଶନ ପୁରା ସରକାରଙ୍କୁ କ୍ଲିନଚିଟ ଦେଇଥିଲେ । ଏହି ଘଟଣାରେ ସ୍ବତନ୍ତ୍ର ଅଦାଲତ ୨୨ ଫେବୃୟାରୀ ୨୦୧୧ ରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅନ୍ୟ ୬୩ ଜଣଙ୍କୁ ନିର୍ଦୋଷରେ ମୁକ୍ତ କରିଥିଲେ । ଏହାବାଦ ୧୧ ଜଣଙ୍କୁ ଫାସୀ ଦଣ୍ଡାଦେଶ ମିଳିଥିବା ବେଳେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଥିଲା ।

ଆହୁରି ଶକ୍ତିଶାଳୀ ଭାବେ ଉଭା ହେଲେ ମୋଦି

ଗୁଜୁରାଟରେ 2001ରେ ଆସିଥିବା ବିନାଶକାରୀ ଭୂକମ୍ପ ପରେ ପରେ ସେତେବେଳେର ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା । ପରେ ବିଜେପି ନରେନ୍ଦ୍ର ମୋଦିଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇଥିଲା । ଆଉ ଏହାର 5 ମାସ ପରେ ଏହି ସାମ୍ପ୍ରଦାୟିକ ଘଟଣା ଘଟିଥିଲା । ଆଉ ଏହାକୁ ନେଇ ବିରୋଧୀ ମୋଦିଙ୍କ ଛବିକୁ ମଳିନ କରିବା ପାଇଁ କୌଣସି ସୁଯୋଗ ଛାଡିନଥିଲେ । ହେଲେ 2002 ଡିସେମ୍ବରରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପୁଣି ଥରେ ବିପୁଳ ସଫଳତା ପାଇବାରେ ମୋଦି ବଡ ଭୂମିକା ନେଇଥିଲେ ।

ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ବିରୋଧୀଙ୍କ କୌଣସି ଷଡଯନ୍ତ୍ର ମୋଦିଙ୍କ ଛବି ଉପରେ ପଡିନଥିଲା । ପରେ 2007 , 2012 ରାଜ୍ୟ ବିଧାନସଭା ନିର୍ବାଚନରେ ମୋଦି ଦଳ ପାଇଁ ସଫଳତା ପରେ ସଫଳତା ଆଣିଦେଇଥିଲେ । ଏହାସହ 2014 ଓ 2019 ଲୋକସଭା ନିର୍ବାଚନରେ ମଧ୍ୟ ତାଙ୍କରି ନେତୃତ୍ବରେ ବିଜେପି ଦିଲ୍ଲୀ ଦଖଲ କରି ଶାସନ କରୁଛି । ଘଟଣାକୁ ନେଇ ଅନେକ ଲୋକଙ୍କ ରାଜନୀତି ଉତ୍ଥନ ପତ୍ତନ ହୋଇଥିଲେ ସୁଦ୍ଧା ମୋଦି ଆହୁରି ଶକ୍ତିଶାଳୀ ହୋଇଚାଲିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details