ଓଡିଶା

odisha

ETV Bharat / bharat

ପ୍ରେମରେ ବିଫଳ: ଡ୍ୟୁଟିରେ ଥାଇ ଜୀବନ ହାରିଲେ ମହିଳା ଅଗ୍ନିବୀର - ଆଉ ଜଣେ ଅଗ୍ନିବୀରଙ୍କ ଆତ୍ମହତ୍ୟା

ପ୍ରେମରେ ବିଫଳ ହେବାରୁ ଚରମ ନିଷ୍ପତ୍ତି ନେଲେ ମହିଳା ଅଗ୍ନିବୀର । ଡ୍ୟୁଟିରେ ଥିବା ସମୟରେ ହାରିଲେ ଜୀବନ । ଅଧିକ ପଢନ୍ତୁ

woman agniveer dies by suicide
woman agniveer dies by suicide

By ETV Bharat Odisha Team

Published : Nov 28, 2023, 3:16 PM IST

ମୁମ୍ବାଇ: ପୁଣି ଜୀବନ ହାରିଲେ ଆଉ ଜଣେ ଅଗ୍ନିବୀର । ପ୍ରେମରେ ବିଫଳ ହେବାରୁ ମହିଳା ଅଗ୍ନିବୀର ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମାଲାଡ ମାଲଭାନି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜୀବନ ହାରିଥିବା ଅଗ୍ନିବୀର ହେଉଛନ୍ତି ଅପନ୍ନା ନାୟର । ଦୁର୍ଘଟଣା ଜନିତ ତାଙ୍କର ମୃତ୍ୟୁ ହୋଇଥିବା ମାଲଭାନୀ ପୋଲିସ ଷ୍ଟେସନରେ ମାମାଲା ରୁଜୁ ହୋଇଥିବା ଡେପୁଟି କମିଶନର ରାଜ ତିଲକ ରାଉଶନ ସୂଚନା ଦେଇଛନ୍ତି । ବାୟୁସେନାରେ ଫାୟାର ଫାଇଟର ଭାବେ ଟ୍ରେନିଂ ନେଉଥିବା ବେଳେ ଜୀବନ ହାରିଛନ୍ତି ମହିଳା ଅଗ୍ନିବୀର ।

ଏହା ମଧ୍ୟ ପଢନ୍ତୁ-ଅମୃତପାଲ ସିଂ ଆତ୍ମହତ୍ୟା କରିଥିବାରୁ ଶହୀଦ ସମ୍ମାନ ଦିଆଯାଇନାହିଁ: ଭାରତୀୟ ସେନା

ମାଲଭାନୀ ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ଦୁର୍ଘଟଣା ଜନିତ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଥିବା ମାମଲା ରୁଜୁ କରିଛି ପୋଲିସ । ଯୁବତୀ ଜଣଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ସମ୍ପର୍କରେ ଫାଟ ହେବାରୁ ସେ ଜୀବନ ହାରିଥିବା ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ-ଅଗ୍ନିବୀର ଯବାନଙ୍କୁ ମିଳିଲାନି ଶହୀଦ ସମ୍ମାନ, ନିନ୍ଦା କଲା କଂଗ୍ରେସ

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଯୁବତୀ ଜଣଙ୍କ INSରେ ଟ୍ରେନିଂ ନେଉଥିବା ସମୟରେ ଜୀବନ ହାରିଥିଲେ । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ନୌସେନା ଡାକ୍ତର ପହଞ୍ଚି ଚିକିତ୍ସା କରିଥିଲେ । କିଛି ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଟ୍ରେନିଂ ସମୟରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିବା ପରେ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହି ଘଟଣାରେ ମାଲଭାନି ପୋଲିସ ଅଧିକ ତଦନ୍ତ କରୁଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ବାୟୁସେନା ଯବାନ

ଗତ ଅକ୍ଟୋବର ମାସରେ ଜମ୍ମୁର ପୁଞ୍ଚ ସେକ୍ଟରରେ ଡ୍ୟୁଟିରେ ଥିବା ବେଳେ ଜଣେ ଯବାନ ବନ୍ଦୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଶେଷକୃତ୍ୟ ବେଳେ ତାଙ୍କୁ ଶହୀଦ ସମ୍ମାନ ଦିଆଯାଇନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଡ୍ୟୁଟିରେ ଥିବା ସମୟରେ ଅଗ୍ନୀବିର ଅମୃତପାଲ ସିଂଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details