ଓଡିଶା

odisha

ETV Bharat / bharat

ଡେରାଡୁନରେ 20 ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ, 3 ମୃତ - ବ୍ଲାକ ଫଙ୍ଗସ ରୋଗୀ

ଉତ୍ତରାଖଣ୍ଡର ଡେରାଡୁନରେ 20 ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଡେରାଡୁନରେ 20 ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ, 3 ମୃତ
ଡେରାଡୁନରେ 20 ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ, 3 ମୃତ

By

Published : Jun 7, 2021, 2:19 PM IST

ଡେରାଡୁନ:କୋରୋନା ମହାମାରୀ ସମୟରେ ବ୍ଲାକ ଫଙ୍ଗସ ରୋଗ ସରକାରଙ୍କୁ ଚିନ୍ତାରେ ପକାଇଛି । ମହାମାରୀ ପରି ଏହି ରୋଗ ମଧ୍ୟ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ରବିବାର 20ଟି ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର 947ରେ ପହଞ୍ଚିଛି ଏବଂ 18 ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ AIIMS ଋଷିକେଶରେ 195 ଜଣ ଚିକିତ୍ସିତ ହେଉଛନ୍ତି । ମାଇକ୍ରୋମାଇସିସ ବା ବ୍ଲାକ ଫଙ୍ଗସ ଜୀବାଣୁ ଦ୍ବାରା ବ୍ୟାପୁଛି । ପରିବେଶରେ ଏହି ଜୀବାଣୁ ରହିଥିବା ବେଳେ ତା' ସଂସ୍ପର୍ଶରେ ଆସିଲେ ଜଣେ ଏହି ରୋଗ ଦ୍ବାରା ଆକ୍ରାନ୍ତ ହୋଇଥାଏ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିର ଶରୀରରେ କୌଣସି କଟା ଦାଗ ରହିଥିଲେ ଏହା ମଧ୍ୟ ଦେଇ ଜୀବାଣୁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।

କୋରୋନା ମହାମାରୀରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଏହି ରୋଗ ଦ୍ବାରା ଅଧିକ ଆକ୍ରାନ୍ତ ହେଉଛନ୍ତି । ଏହାସହିତ ମଧୁମେହ ରୋଗୀ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । କୋରୋନାରୁ ସୁସ୍ଥ ହେବା ପାଇଁ ବ୍ୟବହାର ଔଷଧରୁ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । ଏହାଦ୍ବାରା ସେମାନେ ବ୍ଲାକ ଫଙ୍ଗସ ରୋଗରେ ସଂକ୍ରମିତ ହେଉଛନ୍ତି ବୋଲି ଜଣାପଡିଛି ।

@ANI

ABOUT THE AUTHOR

...view details