ଗାନ୍ଧୀନଗର : 20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ । ରବିବାର କରାଚି ଜେଲରୁ ଏମାନଙ୍କୁ ମୁକ୍ତ କରାଯାଇଛି । ତେବେ ସମସ୍ତ କଏଦୀ ପାକିସ୍ତାନ ସମୁଦ୍ର ମଧ୍ୟରେ ଅବାଧ ପ୍ରବେଶ କରିଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପାକିସ୍ତାନ ।
ତେବେ ମୁକ୍ତି ପାଇବା ପରେ ସେମାନଙ୍କୁ ଆଜି (ସୋମବାର) ଓ୍ବାଘା ବର୍ଡରରେ ଭାରତୀୟ ସେନାକୁ ହସ୍ତାନ୍ତର କରଯିବ । ଉଭୟ ଭାରତ ଓ ପାକିସ୍ତାନର ମତ୍ସ୍ୟଜୀବୀ ବହୁବାର ସମୁଦ୍ରରେ ଅବାଧ ଉଲଘଂନ କରିଥିବାର ନଜର ରହିଛି । ସମୁଦ୍ରରେ ସଠିକ ସ୍ଥାନ ନମିଳିବାରୁ ମତ୍ସ୍ୟଜୀବୀମାନେ ଅନେକ ସମୟରେ ପରସ୍ପରର ସୀମା ଉଲଘଂନ କରିଥାନ୍ତି ।