ଓଡିଶା

odisha

ETV Bharat / bharat

4 ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଭାରତରେ ପହଞ୍ଚିଲେ 20 ମତ୍ସଜୀବୀ - ଅଟ୍ଟାରୀ-ୱାଘା ସୀମା

ପାକିସ୍ତାନ ଜେଲରୁ ମୁକ୍ତ ହୋଇ 20 ଜଣ ଭାରତୀୟ ମତ୍ସ୍ୟଜୀବୀ ଦେଶକୁ ଫେରିଲେ । ଅଟ୍ଟାରୀ-ୱାଘା ସୀମା ଦେଇ ଭାରତ ମାଟିରେ କଲେ ପ୍ରବେଶ । ଭାରତ ମାଟିକୁ ମୁଣ୍ଡିଆ ମାରିବା ସହ ମୋଦି ସରକାରକୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

4 ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଭାରତରେ ପହଞ୍ଚିଲେ 20 ମତ୍ସଜୀବୀ
4 ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଭାରତରେ ପହଞ୍ଚିଲେ 20 ମତ୍ସଜୀବୀ

By

Published : Nov 15, 2021, 9:46 PM IST

ଚଣ୍ଡିଗଡ: ପାକିସ୍ତାନ ଦ୍ୱାରା ଗିରଫ 20 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି ପାକିସ୍ତାନ । ଏହି ମତ୍ସଜୀବୀ ମାନେ ଅଟ୍ଟାରୀ-ୱାଘା ସୀମା ଦେଇ ଭାରତରେ ପ୍ରବେଶ କରିଛନ୍ତି । ନିଜ ଦେଶ ମାତୃକାକୁୁ ସ୍ପର୍ଶ କଲାବେଳେ ବେଶ ଭାବପ୍ରବଣ ହୋଇଥିଲେ ମତ୍ସଜୀବୀମାନେ । ଦେଶର ମାଟିକୁୁ ପ୍ରଣାମ କରିବା ସହ ଉଦ୍ଧାର ପାଇଁ ମୋଦି ସରକାରଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି।

ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଭାରତରେ ପହଞ୍ଚିଲେ 20 ମତ୍ସଜୀବୀ

ଗତ 4ବର୍ଷ ତଳେ ମାଛ ଧରୁଥିବାବେଳେ ଅନ୍ତର୍ଜାତୀୟ ଜଳ ସୀମା ଉଲଙ୍ଘନ ଅଭିଯୋଗରେ ଏମାନଙ୍କୁ ଗିରଫ କରିଥିଲା ପାକିସ୍ତାନ ନୌସେନା । ତେବେ ପ୍ରାୟ 4 ବର୍ଷ ପାକିସ୍ତାନୀ ଜେଲରେ ରହିବା ପରେ ଶେଷରେ ଆଜି ମୁକ୍ତ ହୋଇ ଭାରତ ମାଟିକୁ ଫେରିଛନ୍ତି। ତେବେ ଏମାନେ ଜେଲରେ ଥିବାବେଳେ ଏମାନଙ୍କ ମୁକ୍ତି ପାଇଁ କୂଟନୀତିଜ୍ଞ ପ୍ରକ୍ରିୟା ଜାରି ରଖିବା ସହ ଭାରତ ସରକାରଙ୍କ ପକ୍ଷରୁ ଏମାନଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details