ଗୁଜୁରାଟ:ଆରବସାଗର କୂଳରେ ଲାଗିଲା ତିମି ଛୁଆ । ଗୁଜୁରାଟ ଆଲଫା ତହସିଲ ଅନ୍ତର୍ଗତ ମୋର୍ ଗାଁ ସମୁଦ୍ରକୂଳରେ ଦେଖିବାକୁ ମିଳିଛି ଏକ ବିରାଟ କାୟ ତିମି ଛୁଆ । ଯାହାର ଓଜନ 2 ଟନ ହେବ ବୋଲି ଜଣା ପଡିଛି ।ସମୁଦ୍ରରେ ଜୁଆର ଭଟ୍ଟା ଯୋଗୁଁ ମାଛଟି ସମୁଦ୍ରରୁ ଭାସି ଆସି କୂଳରେ ଲାଗିଛି ଯାହାର ଲମ୍ବ ପ୍ରାୟ 20ରୁ 25 ଫୁଟ ହେବ ବୋଲି ସୂଚନା ମିଳିଛି । ଏହି ଖବରଟି ତୁରନ୍ତ ଆଖ ପାଖ ଅଞ୍ଚଳରେ ମଧ୍ୟ ପବନ ବେଗରେ ବ୍ୟାପି ଯାଇଥିଲା । ତିମି ମାଛକୁ ଦେଖିବା ପାଇଁ ଲୋକଙ୍କ ମଧ୍ଯରେ କୌତୁହଳ ସୃଷ୍ଟି ହୋଇଥିଲା । ଯାହାଫଳର ସେଠାରେ ଲୋକମାନଙ୍କ ଗହଳି ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଗୁଜୁରାଟ ଆଲଫା ତହସିଲ ଅନ୍ତର୍ଗତ ମୋର୍ ଗାଁ ଜଣେ ଯୁବକ ସନ୍ଧ୍ୟରେ ସମୁଦ୍ରରୁ ମାଛ ଧରି ଘରକୁ ଫେରିବା ବେଳେ କୂଳରେ ଏକ ବଡ଼ ତିମି ଛୁଆ ଲାଗିଥିବା ଦେଖିଥିଲେ । ଏହା ପରେ ଯୁବକ ଜଣକ ଗ୍ରାମର ସବୁ ଲୋଙ୍କୁ ଜଣାଇଥିଲେ । ଜଳ ଅଭାବରୁ ବିରାଟକାୟ ମାଛଟି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ସ୍ଥାନୀୟ ଗ୍ରାମବାସୀ ତିମି ଛୁଆ ଉପରେ ସମୁଦ୍ର ପାଣି ଢାଳି ତାର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିରାଟକାୟ ମାଛଟିର ଜୀବନ ବଞ୍ଚାଇବା କାର୍ଯ୍ୟରେ ଲାଗି ପଡିଥିଲା ।
ଏହା ମଧ୍ୟ ପଢନ୍ତୁ..ନୂତନ ପ୍ରଜାତିର ମୁରେନିଥିସ ହିବିନୋଇ ମାଛ ଚିହ୍ନଟ