ଓଡିଶା

odisha

ETV Bharat / bharat

ମଣ୍ଡପଠୁ ଦେବାଦେବୀଙ୍କ ମୂର୍ତ୍ତି, ଜାଣନ୍ତୁ ଅଯୋଧ୍ୟା ରାମ ମନ୍ଦିର ବିଶେଷତା - ରାମ ମନ୍ଦିରର ବିଶେଷତା

Features of Ayodhya Ram Mandir: ସମସ୍ତ ଦୃଷ୍ଟିକୋଣକୁ ନଜରରେ ରଖି ନିର୍ମାଣ କରାଯାଇଛି ଅଯୋଧ୍ୟା ରାମ ମନ୍ଦିର। ଜାଣନ୍ତୁ ମନ୍ଦିରର ବିଶେଷତା,

Ayodhya Ram Mandir
Ayodhya Ram Mandir

By ETV Bharat Odisha Team

Published : Jan 4, 2024, 2:03 PM IST

ହାଇଦ୍ରାବାଦ: ଅଯୋଧ୍ୟାର ରାମ ମନ୍ଦିର ପାଇଁ ସମୟ ନିକଟତର ହେଉଥିବା ବେଳେ ପ୍ରସ୍ତୁତି ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏହି ଭବ୍ୟ ସମାରୋହକୁ ନେଇ ସାରା ଦେଶରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଆସନ୍ତା 22 ତାରିଖରେ ରାମଲାଲାଙ୍କର ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଆସନ୍ତା 16 ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳ ଆସନ୍ତା 22 ତାରିଖ ଯାଏଁ ଦୁଲୁକିବ ଅଯୋଧ୍ୟା ନଗରୀ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଦର୍ଶନ ପାଇଁ ଅନେକ ସଂଖ୍ୟାରେ ରାମ ଭକ୍ତଙ୍କ ସୁଅ ଛୁଟିବ। ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଅନେକ ବିଶେଷତା ରହିଛି। ଏନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ରଷ୍ଟର ସୂଚନା ଅନୁସାରେ, ପାରମ୍ପରିକ ନଗର ଶୈଳୀରେ ଏହି ରାମ ମନ୍ଦିରର ନିର୍ମାଣ କରାଯାଇଛି। ଏହି ମନ୍ଦିରର ଲମ୍ବ(ପୂର୍ବରୁ ପଶ୍ଚିମ)380 ଫୁଟ, ଚଉଡା 250 ଫୁଟ ତଥା ଉଚ୍ଚା 161 ଫୁଟ ରହିବ। ମନ୍ଦିର 3 ମହଲା ବିଶିଷ୍ଟ ରହିବ। ପ୍ରତ୍ୟେକ ମହଲାର ଉଚ୍ଚତା 20 ଫୁଟ ହେବ। ମନ୍ଦିରରେ ସମୁଦାୟ 392 ସ୍ତମ୍ଭ ରହିଥିବା ବେଳେ 44ଟି ଦ୍ବାରା ରହିବ।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, ଦୁଇ ଗିରଫ

ରାମ ମନ୍ଦିରର ବିଶେଷତା:

  • ରାମ ମନ୍ଦିରର ମୁଖ୍ୟ ଗର୍ଭ ଗୃହରେ ପ୍ରଭୁ ଶ୍ରୀରାମ କା ବାଳରୂପ(ବିଗ୍ରହ) ଏହଂ ପ୍ରଥମ ମହଲାରେ ଶ୍ରୀରାମ ଦରବାର ରହିବ।
  • ମନ୍ଦିରରେ 5ଟି ମଣ୍ଡପ ରହିବ। ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା, ପ୍ରାର୍ଥନା ଏବଂ କୀର୍ତ୍ତନ ମଣ୍ଡପ ରହିବ।
  • ସ୍ତମ୍ଭ ଓ କାନ୍ଥରେ ଦେବାଦେବୀଙ୍କର ମୂର୍ତ୍ତି ଖଚିତ କରାଯାଉଛି।
  • ମନ୍ଦିରର ପୂର୍ବ ଦିଗରୁ ସଂହଦ୍ବାରକୁ ଯିବା ପାଇଁ 32ଟି ସିଡ଼ି ରହିବ।
  • ଦିବ୍ୟାଙ୍ଗ ଏବଂ ବୃଦ୍ଧା-ବୃଦ୍ଧଙ୍କ ପାଇଁ ମନ୍ଦିରରେ ରାମ୍ପ ଏବଂ ଲିଫ୍ଟ ବ୍ୟବସ୍ଥା ରହିବ।
  • ମନ୍ଦିରର ଚାରିପାଖରେ ଏକ ଆୟତକାର କାନ୍ଥ ରହିବ। ଚତୁଃପାର୍ଶ୍ବର ଲମ୍ବ 732 ମିଟର ଏବଂ ଚଉଡା 14 ଫୁଟ ହେବ ।
  • ଚାରି କୋଣରେ ସୂର୍ଯ୍ୟଦେବ, ମାତା ଭଗବତୀ, ଗଣପତି ଏବଂ ଭଗବାନ ଶିବଙ୍କୁ ଉତ୍ସର୍ଗ କରି 4ଟି ମନ୍ଦିର ତିଆରି କରାଯିବ। ଉତ୍ତର କୋଣରେ ମାଆ ଅନ୍ନପୂର୍ଣ୍ଣା ଏବଂ ଦକ୍ଷିଣ କୋଣରେ ହନୁମାନ ମନ୍ଦିର ରହିବ।
  • ପାରମ୍ପରିକ କାଳରେ ରହିଥିବା ସୀତା କୂପକୁ ମଧ୍ୟ ମନ୍ଦିରରେ ସ୍ଥାନ ଦିଆଯାଇଛି।
  • ମନ୍ଦିର ପରିସରରେ ଅନ୍ୟ ମନ୍ଦିର ଯେପରିକି ମହର୍ଷୀ ବାଲ୍ମିକୀ, ମହର୍ଷୀ ବଶିଷ୍ଠ, ବିଶ୍ବାମିତ୍ର, ଅଗସ୍ତ୍ୟ, ନିଶାଦରାଜ, ମାତା ଶବରୀ ଏବଂ ଋଷିପତ୍ନୀ ଅହଲ୍ୟାକୁ ସ୍ଥାନ ଦିଆଯିବ।
  • ଦକ୍ଷିଣ-ପଶ୍ଚିମ ଭାଗରେ ଥିବା କୁବେର ଶିଖର ଉପରେ ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିରର ନବୀକରଣ କରାଯିବା ସହିତ ସେଠାରେ ଜାଟାୟୁ ମୂର୍ତ୍ତି ସ୍ଥାପନ କରାଯାଇଛି।
  • ମନ୍ଦିର କାର୍ଯ୍ୟରେ ଲୁହା ବ୍ୟବହାର ହୋଇନଥିବା ବେଳେ ଭୂମିରେ କଂକ୍ରିଟ ବ୍ୟବହାର କରାଯାଇ ନାହିଁ।
  • ମନ୍ଦିରର ତଳେ 14 ମିଟର ମୋଟା ଲେୟର କମ୍ପେକ୍ଟେଡ କଂକ୍ରିଟ(RCC) ବିଛା ଯାଇଛି। ଏହାକୁ ହିଁ କୃତ୍ରିମ ଚଟାଣର ରୂପ ଦିଆଯାଇଛି।
  • ତେବେ ମନ୍ଦିରକୁ ଭୂପୃଷ୍ଠର ଆର୍ଦ୍ରତାରୁ ବର୍ତ୍ତାଇବା ପାଇଁ 21 ଫୁଟ ଯାଏଁ ଗ୍ରାନାଇଟ ଆଚ୍ଛାଦିତ କରାଯାଇଛି।
  • ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଅଗ୍ନି ନିର୍ବାପକ ପାଇଁ ମଧ୍ୟ ମନ୍ଦିର ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାହା ଦ୍ବାରା ବାହ୍ୟ ସମ୍ବଳ ଉପରେ ନିର୍ଭର ହେବାକୁ ପଡିବ ନାହିଁ।
  • 25 ହଜାର କ୍ଷମତା ବିଶିଷ୍ଟ ଏକ ତୀର୍ଥଯାତ୍ରୀ ସୁବିଧା କେନ୍ଦ୍ର ନିର୍ମାଣ କରାଯାଉଛି। ଯେଉଁଠାରେ ତୀର୍ଥଯାତ୍ରୀଙ୍କ ଜିନିଷପତ୍ର ରଖିବାଠାରୁ ଆରମ୍ଭ କରି ଚିକିତ୍ସା ସୁବିଧା ରହିବ।
  • ମନ୍ଦିର ପରିସରରେ ଶୌଚାଳୟ, ୱାସ୍ ବେସିନ, ଖୋଲା ଟ୍ୟାପ ଇତ୍ୟାଦି ସୁବିଧା ମଧ୍ୟ ରହିବ।
  • ଭାରତୀୟ ପରମ୍ପରା ସହିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଅନୁଯାୟୀ ଏହି ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ କରାଯାଉଛି। ପର୍ଯ୍ୟାବରଣ ସହିତ ଜଳ ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ। 70 ଏକର ଜମି ମଧ୍ୟରୁ 70 ପ୍ରତିଶତ ସବୁବେଳେ ସବୁଜ ରହିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details