ଓଡିଶା

odisha

ETV Bharat / bharat

ଶତ୍ରୁ ଘରେ ପଶି ଯବାନ ଉଡାଇଥିଲେ ବିଜୟର ବାନା

ଆଜି ଭାରତୀୟ ବାୟୁସେନା ଦ୍ବାରା ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକକୁ 2 ବର୍ଷ ପୂରିଛି । ପୁଲୱାମାରେ ଶହୀଦ ହୋଇଥିବା 44 ଜଣ ଯବାନଙ୍କ ତ୍ୟାଗର ଉଚିତ ଜବାବ ଦେବା ପାଇଁ ଶତ୍ରୁ ପକ୍ଷ ପାଇଁ ଏକ ବଡ଼ ଆକ୍ରମଣର ଯୋଜନା ରଚିଥିଲା ଭାରତ । ଶତ୍ରୁ ଘରେ ପଶି ଦେଶର ବୀର ସୈନ୍ୟମାନେ ଆତଙ୍କବାଦଙ୍କ ଶିବିରକୁ ଧ୍ବସ୍ତ ବିଧ୍ବସ୍ତ କରିବା ସହିତ ଶହୀଦ ଯବାନଙ୍କ ବଳିଦାନର ଉଚିତ ଯବାବ ଦେଇଥିଲା । ଅଧିକ ପଢନ୍ତୁ...

By

Published : Feb 26, 2021, 7:20 AM IST

Updated : Feb 26, 2021, 7:51 AM IST

ବାଲାକୋଟ ଏୟାରଷ୍ଟ୍ରାଇକ୍‌କୁ ପୂରିଲା 2 ବର୍ଷ
ବାଲାକୋଟ ଏୟାରଷ୍ଟ୍ରାଇକ୍‌କୁ ପୂରିଲା 2 ବର୍ଷ

ହାଇଦ୍ରାବାଦ: 2019 ମସିହା ଫେବୃଆରୀ 26 ତାରିଖ । ଭାରତୀୟ ବାୟୁସେନାଙ୍କ ବୀରତ୍ବର ଗାଥା ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବାକୁ ଯାଉଥିଲା । ଦେଶର ବାୟୁସେନା ଓ ସିଆରପିଏଫ ଯବାନ LOC ଅତିକ୍ରମ କରି ପଶିଥିଲେ ଶତ୍ରୁର ଘରେ । ପୁଲୱାମାରେ ଶହୀଦ ହୋଇଥିବା 44 ଜଣ ଯବାନଙ୍କ ତ୍ୟାଗର ଉଚିତ ଜବାବ ଦେବା ପାଇଁ ଶତ୍ରୁ ପକ୍ଷ ପାଇଁ ଏକ ବଡ଼ ଆକ୍ରମଣର ଯୋଜନା ରଚିଥିଲା ଭାରତ । ବାୟୁସେନା ଆକାଶ ମାର୍ଗରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରବେଶ କରିଥିବା ବେଳେ ସିଆରପିଏଫ ଯବାନ ସ୍ଥଳ ମାର୍ଗରେ ଅତି ଚତୁରତାର ସହିତ ଶତ୍ରୁଘରକୁ ପ୍ରବେଶ କରିଥିଲେ । ଯୋଜନାବଦ୍ଧ ଭାବେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଧ୍ବଂସ କରି ଦେଇ ଏହି ଦିନ ବିଜୟର ବାନା ଉଡାଇଥିଲେ । ଏହି ଖବର ଶୁଣିବା ମାତ୍ରେ ଯବାନ ପୁଅକୁ ହରାଇ ମଉଳି ପଡିଯାଇଥିବା ମା'ର ମୁହଁ ସେ ଦିନ ହସରେ ଖେଳି ଉଠିଥିଲା । ତେବେ ଆଜି ଏହି ଦିବସକୁ2 ବର୍ଷ ପୂରିଥିବା ବେଳେ ଦେଶବାସୀ ଯବାନଙ୍କ ଏହି ବୀରତ୍ବ ଓ ନିର୍ଭୀକତାକୁ ପ୍ରଶଂସା କରିବା ସହିତ ଭାରତୀୟ ଭାବେ ଗର୍ବ ଅନୁଭବ କରିଛନ୍ତି ।

2019 26 ଫେବୃଆରୀ ତାରିଖରେ, ଭାରତୀୟ ବାୟୁସେନା 1971 ଇଣ୍ଡୋ-ପାକ୍ ଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ LOC ଅତିକ୍ରମ କରିଥିଲା ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଭିତରେ ବାଲାକୋଟରେ ଜୈଶ-ଇ-ମହମ୍ମଦ ତାଲିମ ଶିବିରରେ ଏକ ଶକ୍ତ ଧକ୍କା ଦେଇଥିଲା । ପୁଲୱାମାରେ CRPF ଯବାନଙ୍କ ଗାଡ଼ି ଉପରେ ଆତ୍ମଘାତୀ ବୋମା ଆକ୍ରମଣର ପ୍ରତିଶୋଧ ଭାବରେ ଏହି ସାହସିକତାପୂର୍ଣ୍ଣ ବାୟୁ ଷ୍ଟ୍ରାଇକ୍ କରାଯାଇଥିଲା ।

ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରାଯାଉଥିବା ସ୍ଥଳ ଉପରେ ପାକିସ୍ତାନର ଷଡଯନ୍ତ୍ରକୁ ପ୍ରତିହତ କରିବା ପାଇଁ ଭାରତୀୟ ସୈନ୍ୟମାନେ ଏହି ଆକ୍ରମଣ କରିଥିଲେ । ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଏହି ଦୁଇ ବର୍ଷ ମଧ୍ୟରେ ପୁଲୱାମା ପରି କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ କରିନାହିଁ । କିନ୍ତୁ ଜମ୍ମୁକାଶ୍ମୀର ଉପରେ ପାକିସ୍ତାନ ଆତଙ୍କାବାଦୀ ଆକ୍ରମଣ କରିବା ବନ୍ଦ କରିନାହିଁ । ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଜମ୍ମୁକାଶ୍ମୀର ଉପରେ 41 ଥର ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରିଛି ।

ଭାରତ ଉପରେ ପାକିସ୍ତାନର ଆକ୍ରମଣକୁ ରୋକିବାରେ ଭାରତ ଆଣ୍ଟି-ଇନଫିଲ୍ଟ୍ରେସନ ଗ୍ରୀଡ୍ ଯଥେଷ୍ଟ ସଫଳ ହୋଇଛି । ଧ୍ବଂସ ହୋଇଥିବା ପାକିସ୍ତାନର ଆଡ୍ଡାସ୍ଥଳୀ ମାରାତ୍ମକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଉଥିବା ବେଳେ ସେମାନଙ୍କୁ ଆକ୍ରମଣ ତାଲିମ ଦିଆଯାଉଥିଲା । ଡ୍ରୋନ୍ ବ୍ୟବହାର କରି ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏବଂ ସାମଗ୍ରୀ ସ୍ଥାନାନ୍ତର କରିବା ପାଇଁ ଟନେଲ୍ ଖୋଳିବା ଭଳି ଅଭିନବ ଉପାୟ ପାକିସ୍ତାନ ଅବଲମ୍ବନ କରୁଥିଲା । ତେବେ ଭାରତ ସୈନ୍ୟବାହିନୀ ଦ୍ବାରା କରାଯାଇଥିବା ଉରି ଓ ବାଲାକୋଟ ଷ୍ଟ୍ରାଇକ ପାକିସ୍ତାନକୁ ଲହୁଲୁହାଣ କରିଥିଲା ।

ପାକିସ୍ତାନ 1947 ମସିହାଠାରୁ ଜମ୍ମୁକାଶ୍ମୀରକୁ ଭାରତଠାରୁ ହଡପ କରିବା ପାଇଁ ସର୍ବଦା ଉଦ୍ୟମ କରିଆସୁଛି । କିନ୍ତୁ ପାକିସ୍ତାନର ଏହି ଉଦ୍ୟମକୁ ଭାରତର ବୀର ସୈନ୍ୟବାହିନୀ ପଣ୍ଡ କରିବା ସହିତ ସମସ୍ତ ଆତଙ୍କୀ ଆକ୍ରମଣର ଉଚିତ ଜବାବ ଦେଇଆସୁଛନ୍ତି । 1999 ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧ ମଧ୍ୟ ଏହାର ଏକ ଉଦାହରଣ । ଗତ 30 ବର୍ଷ ଧରି ପାକିସ୍ତାନ ଜମ୍ମୁକାଶ୍ମୀରର ଯୁବପିଢିଙ୍କୁ ଭାରତ ବିରୋଧରେ ପ୍ରବର୍ତ୍ତାଇବା ସହିତ ଆତଙ୍କବାଦରେ ସାମିଲ ହେବା ପାଇଁ ଉସକୋଉଛି । ଜମ୍ମୁକାଶ୍ମୀରରେ ଶାନ୍ତିର ବାତାବରଣ ସୃଷ୍ଟି ହେବା ମାତ୍ରେ ପାକିସ୍ତାନ ଆକ୍ରମଣ କରି ପୁଣି ଅଶାନ୍ତି ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ କରିଥାଏ ।

ସେପଟେ ଭାରତ ପାକିସ୍ତାନ ସହିତ ଉତ୍ତମ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ପାକିସ୍ତାନ ଆତଙ୍କୀ ଆକ୍ରମଣ ବନ୍ଦ କରୁନାହିଁ । ଭାରତ ଶତ ଚେଷ୍ଟା ପରେ ମଧ୍ୟ ପାକିସ୍ତାନ ଭବିଷ୍ୟତରେ କିପରି ବଡ ଆତଙ୍କୀ ଆକ୍ରମଣ କରି ଭାରତର ସୁରକ୍ଷାବାହିନୀ ଓ ଦେଶବାସୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରିଆସୁଛି । କିନ୍ତୁ ଭାରତର ସୈନ୍ୟ ଦେଶର ସୁରକ୍ଷା କରିବା ପାଇଁ ପାକିସ୍ତାନ ଆକ୍ରମଣର ଉଚିତ ଜବାବ ଦେଇ ନିଜର ଦେଶପ୍ରେମ ଓ ବଳିଷ୍ଠ ବୀରତ୍ବର ପରିଚୟ ଦେଇଆସିଛି ।

ବାଲାକୋଟ ଷ୍ଟ୍ରାଇକ ପରେ ଦେଶରେ ଘଟିଥିବା ବଡ ଆତଙ୍କୀ ଆକ୍ରମଣ:-

ବାଲାକୋଟ ଷ୍ଟ୍ରାଇକ ପରେ ଦେଶରେ ଘଟିଥିବା ବଡ ଆତଙ୍କୀ ଆକ୍ରମଣ

ଜମ୍ମୁକାଶ୍ମୀରରେ ଘଟିଥିବା ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ସଂଖ୍ୟା:-

ଜମ୍ମୁକାଶ୍ମୀରରେ ଘଟିଥିବା ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ସଂଖ୍ୟା

ପାକିସ୍ତାନ ଦ୍ବାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଘଂନ:-

ପାକିସ୍ତାନ ଦ୍ବାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଘଂନ
Last Updated : Feb 26, 2021, 7:51 AM IST

ABOUT THE AUTHOR

...view details