ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାକୁ (Shraddha Walkar murder case) ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥବା ବେଳେ ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ସିଧାସଳଖ ମହାରାଷ୍ଟ୍ର ପୋଲିସର ନିଷ୍କ୍ରିୟତା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ବିଭତ୍ସ ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ଦୁଇ ବର୍ଷ ପୂର୍ବରୁ ପ୍ରେମିକ ତଥା ଲିଭ-ଇନ ପାର୍ଟନର ଅଫତାବର ଦ୍ବାରା ହତ୍ୟାର ଶିକାର ହେବା ଆଶଙ୍କା କରିଥିଲେ (Shraddha Walkar letter to mumbai polic)। ସେ ଏନେଇ ମହାରାଷ୍ଟ୍ରର ପାଲଘର ପୋଲିସକୁ ଚିଠି ଲେଖି ଅବଗତ କରିବା ସହ ସୁରକ୍ଷା ପାଇଁ ନିବେଦନ ମଧ୍ୟ କରିଥିଲେ ଶ୍ରଦ୍ଧା । ତେବେ ପୋଲିସ ଶ୍ରଦ୍ଧାଙ୍କ ଅଭିଯୋଗକୁ ଗୁରୁତର ସହ ନନେବା ସହ ମାମାଲରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏବେ ଶ୍ରଦ୍ଧା ପୋଲିସକୁ ଲେଖିଥିବା ଚିଠି ଭାଇରାଲ ହେବା ପରେ ପୋଲିସର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠିଛି ।
ଶ୍ରଦ୍ଧା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ‘‘ପ୍ରେମିକ ତଥା ଲିଭ ଇନ ପାର୍ଟନର ଅଫତାବ ଅକଥନୀୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛି (letter of Shraddha Walkar) ତାର ହିଂସକ ଆଚରଣ ସମ୍ପର୍କରେ ଅଫତାବର ପରିବାର ଲୋକେ ମଧ୍ୟ ଜାଣିଛନ୍ତି । ସେ ମତେ ହତ୍ୟା କରିବା ସହ ଖଣ୍ଡ ଖଣ୍ଡ କରି କାଟି ଜଙ୍ଗଲରେ ଫିଙ୍ଗି ଦେବାକୁ ବାରମ୍ବାର ଧମକ ଦେଉଛି । କୌଣସି ପରିସ୍ଥିତିରେ ସେ ମତେ ହତ୍ୟା କରିପାରେ । ଗତ 6ମାସ ହେବ ସେ ମତେ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦେଇ ଆସୁଛି । ଥାନାକୁ ଯାଇ ପୋଲିସରେ ଅଭିଯୋଗ କରିବା ମୋ ପାଇଁ ସମ୍ଭବପର ହେଉନାହିଁ । ପୋଲିସରେ ଅଭିଯୋଗ କଲେ ସେ ମତେ ହତ୍ୟା କରିବ ବୋଲି ମଧ୍ୟ ଚେତାବନୀ ଦେଇଛି ।’’