ବେଙ୍ଗାଲୁରୁ:ସାନ ସିନା ଦାନ ତା ମହାନ । କୁନି ହାତରେ ମହାନ କାର୍ଯ୍ୟ । ଏହି କଥାକୁ ଆଉ ଥରେ ପ୍ରମାଣିତ କରିଛନ୍ତି କର୍ଣ୍ଣାଟକ ମାଙ୍ଗାଲୁରୁର ୨ବର୍ଷ ଶିଶୁକନ୍ୟା । ଏହି ବୟସରେ ସେ ମହାନ କାର୍ଯ୍ୟ କରି ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି (2 year old girl donated her hair for cancer patients) । ୨ ବର୍ଷର ଶିଶୁକନ୍ୟା କର୍କଟ ରୋଗୀଙ୍କୁ କେଶ ଦାନ କରିଛନ୍ତି ।
ଏହି କୁନିଝିଅର ନାମ ହେଉଛି ଆଦ୍ୟା କୁଲାଲ । କର୍କଟ ରୋଗୀଙ୍କ ଲାଗି ଆଦ୍ୟା ନିଜ କେଶ ଦାନ କରିଛନ୍ତି । ଯାହଦ୍ବାରା କର୍କଟ ରୋଗୀଙ୍କ ପାଇଁ ୱିଗ (Wig) ତିଆରି ହୋଇପାରିବ । ଏ ସମ୍ପର୍କରେ ମାଙ୍ଗାଲୁରୁ ବିଧାୟକ ବେଦବ୍ୟାସ କାମଥ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଏ ନେଇ ସେ ଲେଖିଛନ୍ତି, " ଆଦ୍ୟା କୁଲାଲ ନାମକ ଏକ ଶିଶୁର ସାହସ ଏବଂ ଆଗ୍ରହ ଦେଖି ମୁଁ ଉତ୍ସାହିତ ହୋଇଥିଲି । ଏତେ କମ ବୟସରେ ସେ କର୍କଟ ରୋଗୀଙ୍କୁ କେଶ ଦାନ କରିଛନ୍ତି । ଏହା ଦ୍ବାରା ସେ ସମାଜ ପାଇଁ ଏକ ଆଦର୍ଶ ପାଲଟିଛନ୍ତି ଏବଂ ଅନେକଙ୍କୁ ପ୍ରେରଣା ମଧ୍ୟ ଯୋଗାଇଛନ୍ତି ।