ଓଡିଶା

odisha

ETV Bharat / bharat

3 ଘଣ୍ଟା ପରେ 3ଶହ ଫୁଟ ବୋରଓ୍ବେଲରୁ ଉଦ୍ଧାର ହେଲା 2 ବର୍ଷର ଶିଶୁ: ଦେଖନ୍ତୁ ରେସକ୍ୟୁ ଅପରେସନର ଭିଡିଓ - 2 Year Old Boy rescued from Borewell

3 ଶହ ଫୁଟ ଗଭୀର ବୋରଓ୍ବେଲରୁ ସୁରକ୍ଷିତ ଉଦ୍ଧାର ହେଲା ଖସି ପଡିଥିବା 2 ବର୍ଷର ଶିଶୁ । ହସ୍ପିଟାଲରେ ସ୍ବାସ୍ଥ୍ୟବସ୍ଥା ସ୍ଥିର । ସେନାର ଉଦ୍ଧାରକାରୀ ଟିମକୁ ସବୁ ମହଲରୁ ପ୍ରଶଂସା । ଅଧିକ ପଢନ୍ତୁ

3 ଘଣ୍ଟା ପରେ 3ଶହ ଫୁଟ ବୋରୋଓ୍ବେଲରୁ ଉଦ୍ଧାର ହେଲା 2 ବର୍ଷର ଶିଶୁ: ଦେଖନ୍ତୁ ରେସକ୍ୟୁ ଅପରେସନର ଭିଡିଓ
3 ଘଣ୍ଟା ପରେ 3ଶହ ଫୁଟ ବୋରୋଓ୍ବେଲରୁ ଉଦ୍ଧାର ହେଲା 2 ବର୍ଷର ଶିଶୁ: ଦେଖନ୍ତୁ ରେସକ୍ୟୁ ଅପରେସନର ଭିଡିଓ

By

Published : Jun 8, 2022, 7:46 PM IST

ଅହମ୍ମଦାବାଦ:ଗୁଜୁରାଟର ସୁରେନ୍ଦ୍ର ନଗର ଜିଲ୍ଲାର ଧାଙ୍ଗଧ୍ରା ତାଲୁକା ଅଞ୍ଚଳରେ 3ଶହ ଫୁଟ ଗଭୀର ବୋରଓ୍ବେଲରେ ଖସି ପଡିଥିବା 2 ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରିଛି ସେନାର ଉଦ୍ଧାରକାରୀ ଟିମ । ପ୍ରାୟ ଦୀର୍ଘ 3 ଘଣ୍ଟାର ରେସକ୍ୟୁ ଅପରେସନ ପରେ ଟିମକୁ ଏହି ସଫଳତା ମିଳିିଛି । ଉଦ୍ଧାର ପରେ ଶିଶୁକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ଗତକାଲି (ମଙ୍ଗଳବାର) ଏହି ଅଘଟଣ ଘଟିଥିଲା । ଗ୍ରାମ ନିକଟବର୍ତ୍ତୀ କ୍ଷେତରେ ଖୋଲା ପଡିଥିବା ଏକ ନିର୍ମାଣାଧୀନ ବୋରଓ୍ବେଲରେ ଶିଶୁଟି ଖସି ପଡିଥିଲା । ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ସ୍ଥାନୀୟ ପ୍ରଶାସନ ସହଯୋଗରେ ସେନାର ଉଦ୍ଧାରକାରୀ ଟିମ ଘଟଣାସ୍ଥଳେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା । ପ୍ରାୟ 3 ଘଣ୍ଟାରୁ ଊର୍ଦ୍ଧ୍ବ ସମୟର ଅପରେସନ ପରେ ଶିଶୁଟିକୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସରେ ଯୁଦ୍ଧକାଳୀନ ଭିତ୍ତିରେ ଶିଶୁଟିକୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

3 ଘଣ୍ଟା ପରେ 3ଶହ ଫୁଟ ବୋରୋଓ୍ବେଲରୁ ଉଦ୍ଧାର ହେଲା 2 ବର୍ଷର ଶିଶୁ: ଦେଖନ୍ତୁ ରେସକ୍ୟୁ ଅପରେସନର ଭିଡିଓ

ରେସକ୍ୟୁ ଅପରେସନବେଳେ ଜିଲ୍ଲା ପ୍ରଶାସନର ଅଧିକାରୀ, ଅଗ୍ନିଶମ ଟିମ ଓ ଆମ୍ବୁଲାନ୍ସ ସହିତ ମେଡିକାଲ ଟିମ ମଧ୍ୟ ଉପସ୍ଥିତ ଥିଲେ । ତେବେ ରେସ୍କ୍ୟୁ ଟିମର ଦକ୍ଷତା ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ଶିଶୁଟିର ଜୀବନ ରକ୍ଷା ହୋଇପାରିଛି । ଶିଶୁଟି ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ତାର ସ୍ବାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଛି । ସମ୍ପୂର୍ଣ୍ଣ ଉଦ୍ଧାର ଅପରେସନର ଭିଡିଓ ଏବେ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ମୁଖ୍ୟସ୍ରୋତ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅପରେସନରେ ସାମିଲ ସେନା ଯବାନଙ୍କ କାର୍ଯ୍ୟ ଦକ୍ଷତା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details