ଶ୍ରୀନଗର:ଭାରତୀୟ ଯବାନଙ୍କୁ ସଫଳତା । ରବିବାର ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗାଜନାଭି ଦଳର ଦୁଇ ଆତଙ୍କବାଦଙ୍କୁ ଗିରଫ କରିଛି ସୁରକ୍ଷା ବାହିନୀ । ଏହାସହ ସେମାନଙ୍କଠାରୁ ବ୍ୟାପକ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି ।
ପୁଞ୍ଚ ଜିଲ୍ଲାର ମେହେନ୍ଦରର ଗାଲୁଥା ହାର୍ନି ନିକଟରେ ଥିବା ଏକ ଗାଡିରୁ ବିସ୍ଫୋରକ ସାମଗ୍ରୀ ଜବତ କରି ଅପରେସନ ଆରମ୍ଭ କରିଥିଲା ସେନା । ଏଥିରେ ଗାଜନାଭି ଦଳର ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ଏକ ବିବୃତ୍ତିରେ ପ୍ରକାଶ କରିଛି ଭାରତୀୟ ସେନା । ଗିରଫ ଆତଙ୍କବାଦୀ ରାଜ ଜିଲ୍ଲାରେ ଏକ ବଡ ବିସ୍ପୋରଣର ଷଡଯନ୍ତ୍ର କରୁଥିବା ଜଣାପଡିଛି ।