ଓଡିଶା

odisha

ETV Bharat / bharat

Jk: ଜଏଣ୍ଟ ଅପରେସନରେ ସଫଳତା, ଏନକାଉଣ୍ଟରରେ ଟଳିଲେ 2 ଆତଙ୍କୀ - 2 ଆତଙ୍କୀ ନିପାତ

ପୁଞ୍ଚ ସେକ୍ଟରରେ ଜଏଣ୍ଟ ଅପରେସନରେ ସୁରକ୍ଷା ବଳକୁ ସଫଳତା । ଏନକାଉଣ୍ଟରରେ ଟଳିଲେ 2 ଆତଙ୍କୀ । ଏବେ ମଧ୍ୟ ଅପରେସନ ଜାରି । ଅଧିକ ପଢନ୍ତୁ

Jk: ଜଏଣ୍ଟ ଅପରେସନରେ ସଫଳତା, ଏନକାଉଣ୍ଟରରେ ଟଳିଲେ 2 ଆତଙ୍କୀ
Jk: ଜଏଣ୍ଟ ଅପରେସନରେ ସଫଳତା, ଏନକାଉଣ୍ଟରରେ ଟଳିଲେ 2 ଆତଙ୍କୀ

By ETV Bharat Odisha Team

Published : Sep 6, 2023, 10:36 PM IST

ଶ୍ରୀନଗର: ଘାଟିରେ ଆତଙ୍କୀ ନିରୋଧୀ ଅପରେସନରେ ସୁରକ୍ଷା ବଳକୁ ଆଜି ଆଉ ଏକ ସଫଳତା ମିଳିଛି । ସେନା ଓ ସ୍ଥାନୀୟ ପୋଲିସର ମିଳିତ ଅପରେସନରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ଦୁଇ ହାର୍ଡକୋର ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ପୁଞ୍ଚ ସେକ୍ଟରରେ ସେନାର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ପୁଞ୍ଚ ବ୍ରିଗେଡ୍ ଏବଂ ସ୍ଥାନୀୟ ମାଣ୍ଡି ପୋଲିସ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ମିଳିତ ଅପରେସନରେ 2 ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି ।

ଉକ୍ତ ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ଇନପୁଟ ସୂଚନା ଆଧାରରେ ଏହି ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ଅପରାହ୍ନରୁ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା । ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସ୍ଥାନକୁ କର୍ଡନ କରି ମିଳିତ ସୁରକ୍ଷା ବଳ ଏନକାଉଣ୍ଟର ଆରମ୍ଭ କରିଥିଲା । ସଂଧ୍ୟା ସୁଦ୍ଧା 2 ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ିଛି । ଏବେ ମଧ୍ୟ ଅନ୍ୟ କିଛି ଆତଙ୍କୀ ଆଖପାଖ ସ୍ଥାନରେ ଲୁଚି ରହିଥିବା ସନ୍ଦେହରେ ଅପରେସନ ଜାରି ରହିଛି । ଦୁଇ ନିପାତ ଆତଙ୍କୀଙ୍କ ସମ୍ପର୍କରେ କିଛି ସୂଚନା ପୋଲିସ କିମ୍ବା ସେନା ପକ୍ଷରୁ ସ୍ପଷ୍ଟ କରାଯାଇନି । କିଛି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:-ଘାଟିରେ ଏନକାଉଣ୍ଟର ଆରମ୍ଭ, ଜାରି ରହିଛି ଗୁଳି ବିନିମୟ

ଘାଟିରେ ଚଳିତବର୍ଷ ଆରମ୍ଭରେ ଏକାଧିକ ଟାର୍ଗେଟ କିଲିଂ ମାମଲା ସାମ୍ନାକୁ ଆସିଥିଲା । ଆତଙ୍କବାଦୀମାନେ ସ୍ଥାନୀୟ କାଶ୍ମୀର ପଣ୍ଡିତ ଓ ଅଣସ୍ଥାନୀୟ ଶ୍ରମିକଙ୍କୁ ଟାର୍ଗେଟ କରି ହତ୍ୟା କରିଥିଲେ । ଫଳରେ ପୁଣି ଥରେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ସେମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଚିନ୍ତାବ୍ୟକ୍ତ କରିଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅତିରିକ୍ତ 25 କମ୍ପାନୀ ସିଆରପିଏଫ୍‌ ଘାଟିରେ ନିୟୋଜିତ କରାଯାଇଥିଲା । ଏବେ ସୂଚନା ମିଳିବା ମାତ୍ରେ ଆତଙ୍କୀ ନିରୋଧୀ ଅପରେସନ ଆରମ୍ଭ କରାଯାଉଛି । ଇନପୁଟ୍‌ ସୂଚନା ଅନୁସାରେ ସେନା ଓ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନିକଟରେ ହୋଇଥିବା ଏକାଧିକ ଏନ୍‌କାଉଣ୍ଟରରେ ମଧ୍ୟ ସେନାକୁ କ୍ରମାଗତ ସଫଳତା ମିଳିବାରେ ଲାଗିଛି । ଏବେ ଘାଟିରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇଥିବା ସେନା ପକ୍ଷରୁ କୁହାଯାଇଛି । ସକ୍ରିୟ ରହିଥିବା ଆତଙ୍କୀଙ୍କୁ ନିପାତ କରିବା ପାଇଁ ସେନା ନିୟମିତ ଅଭିଯାନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details