ବେଙ୍ଗାଲୁରୁ:ସାରା ବିଶ୍ବରେ ଆତଙ୍କ ଖେଳାଇଛି କୋଭିଡ ଭୂତାଣୁର ନୂଆ ଭ୍ୟାରିଏଣ୍ଟ Omicron । ଦକ୍ଷିଣ ଆଫ୍ରିକା ଏହି ନୂଆ ଭ୍ୟାରିଏଣ୍ଟରେ ପ୍ରଭାବିତ ଦେଶ ତାଲିକାରେ ରହିଛି । ତେବେ ଏହାରି ମଧ୍ୟରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଭାରତୀୟ ନାଗରିକ କୋଭିଡରେ ସଂକ୍ରମିତ ଥିବା ଜଣାପଡିଛି ।
ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଫେରିଥିବା ୨ ଜଣ କୋଭିଡ ଆକ୍ରାନ୍ତ, ନମୁନାରୁ ଡେଲ୍ଟା ସଂକ୍ରମିତ ସୂଚନା - COVID new variant
ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଫେରିଥିବା ଦୁଇ ଭାରତୀୟ କୋଭିଡ ସଂକ୍ରମିତ । ଡେଲଟା ଭ୍ୟାରିଏଣ୍ଟ ବୋଲି ନମୁନା ପରୀକ୍ଷାରୁ ଜଣାପଡିଥିବା ବେଙ୍ଗାଲୁରୁ ଗ୍ରାମୀଣ କମିଶନରଙ୍କ ସୂଚନା । ଅଧିକ ପଢନ୍ତୁ
![ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଫେରିଥିବା ୨ ଜଣ କୋଭିଡ ଆକ୍ରାନ୍ତ, ନମୁନାରୁ ଡେଲ୍ଟା ସଂକ୍ରମିତ ସୂଚନା ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଫେରିଥିବା ୨ ଜଣ କୋଭିଡ ଆକ୍ରାନ୍ତ, ନମୂନାରୁ ଡେଲ୍ଟା ସଂକ୍ରମିତ ସୂଚନା](https://etvbharatimages.akamaized.net/etvbharat/prod-images/768-512-13753769-thumbnail-3x2-hjgjk.jpg)
ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଫେରିଥିବା ୨ ଜଣ କୋଭିଡ ଆକ୍ରାନ୍ତ, ନମୂନାରୁ ଡେଲ୍ଟା ସଂକ୍ରମିତ ସୂଚନା
ବେଙ୍ଗାଲୁରୁ ଗ୍ରାମୀଣ ଡେପୁଟି କମିଶନର କେ. ଶ୍ରୀନିବାସ କହିଛନ୍ତି ଯେ 10ଟି ବିପଦପୂର୍ଣ୍ଣ ତାଲିକାରେ ଥିବା ଦେଶରୁ 584 ଜଣ ବେଙ୍ଗାଲୁରୁକୁ ଆସିଛନ୍ତି । ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା 2ଜଣ (ଭାରତୀୟ ନାଗରିକ)ଙ୍କଠାରେ କୋଭିଡ ଲକ୍ଷଣ ପ୍ରକାଶ ପାଇଥିଲା । ଜଣେ 11 ତାରିଖରେ ଓ ଦ୍ବିତୀୟ ଜଣଙ୍କ 20 ତାରିଖରେ ଟେଷ୍ଟିଂରୁ COVIDରେ ସଂକ୍ରମିତ ଥିବା ଜଣାପଡିଥିଲା । ସଂକ୍ରମିତ ଥିବା ନେଇ ସୂଚନା ମିଳିବା ପରେ ସେମାନଙ୍କ ନମୁନା ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଟେଷ୍ଟିଂରୁ ଏହି ଦୁଇ ଜଣ ଡେଲଟା ଭ୍ୟାରିଏଣ୍ଟରେ ସଂକ୍ରମିତ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ