ଓଡିଶା

odisha

ETV Bharat / bharat

ଝାଡଖଣ୍ଡରେ ରାଇଫଲ ମିଳିବା ଘଟଣା, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ - ଝାଡଖଣ୍ଡରେ ଇଡି ଚଢାଉରେ ବନ୍ଧୁକ ମିଳିବା ଘଟଣା

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ ରାଇଫଲ ମିଳିବା ଘଟଣାରେ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ (ED raid in Perm Prakash residence)। କାହିଁକି ପୋଲିସ ତାଙ୍କ ଘରେ ରଖିଥିଲା ସର୍ଭିସ ରାଇଫଲ, ସେନେଇ ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ ରାଇଫଲ ମିଳିବା ଘଟଣା, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ ରାଇଫଲ ମିଳିବା ଘଟଣା, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

By

Published : Aug 24, 2022, 8:10 PM IST

ରାଞ୍ଚି:ଝାଡଖଣ୍ଡ ଖଣି ଦୁର୍ନୀତି ମାମଲାରେ (Jharkhand Illegal Mining Case) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ ବେଳେ AK-47 ଆସଲ୍ଟ ରାଇଫଲ୍ସ ଜବତ ହେବା ଘଟଣାରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଜବତ ରାଇଫଲ୍ସ ସରକାରୀ ଅସ୍ତ୍ରଶସ୍ତ୍ର ଓ ତାକୁ ପ୍ରଦେଶ ପୋଲିସର ଦୁଇ କର୍ମଚାରୀ ସେଠାରେ ରଖିଥିବା ଜଣାପଡିଛି । ତଦନ୍ତରୁ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ତୁରନ୍ତ ସମ୍ପୃକ୍ତ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

ଆଜି ପ୍ରେମ ପ୍ରକାଶଙ୍କ ହାରମୁ ହାଉସିଂ କଲୋନୀ ବାସଭବନରେ ଅତର୍କିତ ଚଢାଉ କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟର ଅଧିକାରୀ । ଏଥିରେ ଏକ ଆଲମିରାରେ ଦୁଇଟି ଅତ୍ୟାଧୁନିକ ଏକେ-୪୭ ରାଇଫଲ ଥିଲା । ପରେ ଏନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ସ୍ଥାନୀୟ ଅରଗୋଡା ପୋଲିସ ଷ୍ଟେସନର SHO ବିନୋଦ କୁମାର, ଏହା ସରକାରୀ ଅସ୍ତ୍ରଶସ୍ତ୍ର ହୋଇ ଥାଇପାରେ ବୋଲି ପ୍ରାଥମିକ ଭାବେ କହିଥିଲେ । ପରେ ଏନେଇ ତଦନ୍ତରୁ ସ୍ପଷ୍ଟ ସୂଚନା ଜଣାପଡିଛି । ଏପରି କରିଥିବା ଦୁଇ ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛି ପ୍ରଦେଶ ପୋଲିସ ।

ଏବେ ମଧ୍ୟ ଅନେକ ପ୍ରଶ୍ନ ଉପରେ ଚିତ୍ର ସ୍ଷଷ୍ଟ ହୋଇନାହିଁ । ସମ୍ପୃକ୍ତ ପୋଲିସ ଅଧିକାରୀ କିମ୍ବା କର୍ମଚାରୀ ନିଜ ଅତ୍ୟାଧୁନିକ ସର୍ଭିସ ରାଇଫଲ ପ୍ରେମ ପ୍ରକାଶଙ୍କ ଘରେ କାହିଁକି ରଖିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ନିଲମ୍ବନ ପରେ ଅଧିକ ତଦନ୍ତ ଜାରି ରହିଛି । ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ମଧ୍ୟ ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ:-ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରୁ ଦୁଇଟି AK-47 ଆସଲ୍ଟ ରାଇଫଲ ଜବତ କଲା ED

ଝାଡଖଣ୍ଡରେ ବେଆଇନ ଖଣି ଖନନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏକକାଳୀନ 17 ଟି ସ୍ଥାନରେ ଚଢାଉ କରିଥିଲା । ପ୍ରେମ ପ୍ରକାଶ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ବୋଲି ଜଣାଯାଇଛି । ପ୍ରେମ ପ୍ରକାଶ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏହି ଚଢାଉ କରାଯାଇଥିଲା । ବେଆଇନ ଖଣି ମାମଲାରେ ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ଝାଡଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ-ଏନସିଆରରେ 16 ଟି ସ୍ଥାନରେ ମଧ୍ୟ ଚଢାଉ କରିଥିଲା ତଦନ୍ତକାରୀ ସଂସ୍ଥା ।

ଏହାପୂର୍ବରୁ PMLA ଆକ୍ଟ ଅଧୀନରେ ହେମନ୍ତ ସୋରେନଙ୍କ ଦଳର ବିଧାୟକ ପଙ୍କଜ ମିଶ୍ରାଙ୍କ 37 ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ସହ 11.88 କୋଟି ଟଙ୍କା ଜବତ କରି ସାରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ଜୁଲାଇ 8 ରେ ଝାଡଖଣ୍ଡର ସାହେବଗଞ୍ଜ, ବାରହାଇଟ, ରାଜମହଲ, ମିର୍ଜା ଚୌକ ଏବଂ ବାରହାରୱା ଠାରେ ମଧ୍ୟ ଚଢାଉ କରିବା ସହ ନଗଦ ଟଙ୍କା ମଧ୍ୟ ଜବତ କରିଛି । ଏହି ସବୁ ସ୍ଥାନରୁ ବେଆଇନ ଭାବେ ଚାଲୁଥିବା ପାଞ୍ଚଟି ଷ୍ଟୋନ କ୍ରସର ମଧ୍ୟ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details