ଚଣ୍ଡିଗଡ: ପଞ୍ଜାବର ତରନତାରାରେ ପୋଲିସ ଓ ନିହାଙ୍ଗ ଶିଖ ମୁହାଁମୁହିଁ । ପୋଲିସ କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ନିହାଙ୍ଗ ଶିଖ । ଘଟଣାରେ 2 ପୋଲିସ କର୍ମୀ ଆହତ । ତରନତାରାରର ସୁର ସିଂହ ଗାଁରେ ଘଟିଛି ଏହି ଘଟଣା ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ନାନ୍ଦେଡରେ 2 ନିହାଙ୍ଗ ଶିଖ କର ସେବକଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ । ଏନେଇ ପଞ୍ଜାବ ପୋଲିସକୁ ସୂଚନା ଦେଇଥିଲା ମହାରାଷ୍ଟ୍ର ପୋଲିସ ।