ଓଡିଶା

odisha

ETV Bharat / bharat

ତୁଷାରପାତରେ ଫସି ୨ ମୃତ

ଜୀବନ ନେଲା ତୁଷାରପାତ । ଜମ୍ମୁ କାଶ୍ମୀରର ତୁଷାରପାତରେ ଫସି ୨ ମୃତ ଓ ୨ ଆହତ । ଅଧିକ ପଢନ୍ତୁ...

By

Published : Oct 24, 2021, 12:12 PM IST

ଜମ୍ମୁ କାଶ୍ମୀରର  ତୁଷାରପାତରେ ଫସି ୨ ମୃତ
ଜମ୍ମୁ କାଶ୍ମୀରର ତୁଷାରପାତରେ ଫସି ୨ ମୃତ

ଶ୍ରୀନଗର:ଜୀବନ ନେଲା ତୁଷାରପାତ । ଜମ୍ମୁ କାଶ୍ମୀରର ତୁଷାରପାତରେ ଫସି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । ତେବେ ଗତକାଲି ଜମ୍ମୁ କାଶ୍ମୀରରେ ତୁଷାରପାତ ଆରମ୍ଭ ହୋଇଥିବା ବେଳେ ଆଜି ଅନନ୍ତନାଗ ଜିଲ୍ଲାର ସିନ୍ଥାନ ପାସରେ ୪ ଜଣ ଫସିରହିଥିଲେ ।

ଏନେଇ ଖବର ପାଇଁ ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ସେନା ସମେତ ଉଦ୍ଧାରକାରୀ ଟିମ୍ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି । ତେବେ ଆହତ ୨ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ABOUT THE AUTHOR

...view details