ଓଡିଶା

odisha

By

Published : Aug 30, 2021, 1:14 PM IST

ETV Bharat / bharat

Uttarakhand landslide; ଭୂସ୍ଖଳନରେ ୨ ମୃତ, ମାଟି ତଳେ ଚାପିହୋଇଛନ୍ତି 5

ମହାମାରୀ କାଳରେ ଧସିଲା ମାଟି । ଉତ୍ତରାଖଣ୍ତର ପିଥୋରଗଡରେ ଭୂସ୍ଖଳନ । ଅଧିକ ପଢନ୍ତୁ....

Uttarakhand landslide; ୨ ମୃତ,୫ ମାଟି ତଳେ ଫସିଥିବା ସୂଚନା
Uttarakhand landslide; ୨ ମୃତ,୫ ମାଟି ତଳେ ଫସିଥିବା ସୂଚନା

ଡେରାଡୁନ: ମହାମାରୀ କାଳରେ ଧସିଲା ମାଟି । ଉତ୍ତରାଖଣ୍ତର ପିଥୋରଗୋଡର ଜୁମ୍ମା ଗାଁ ନିକଟରେ ଭୂସ୍ଖଳନ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ମାଟି ତଳେ ଚାପି ହୋଇ ରହିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଟ୍ବିଟରେ ପ୍ରାର୍ଥନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ ପରେ ପିଥୋରଗଡ ଜିଲ୍ଲାପାଳ ଉଦ୍ଧାରକାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ପାଇ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ (SDRF) ଏବଂ ସର୍ଭିସ ସିଲେକ୍ସନ ବୋର୍ଡ (SSB) ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଜୁମ୍ମା ଗାଁକୁ ରିଲିଫ ସାମଗ୍ରୀ ପଠାଇଛି ପ୍ରଶାସନ ।

@ ANI

ABOUT THE AUTHOR

...view details