ଓଡିଶା

odisha

ETV Bharat / bharat

କନ୍ୟା ଖୋଜିବାକୁ ପୋଲିସକୁ ସହାୟତା ମାଗିଲେ ଯୁବକ - କନ୍ୟା ପାଇଁ ପୋଲିସକୁ ସାହାର୍ଯ୍ୟ ଭିକ୍ଷା

ଦୀର୍ଘ 5 ବର୍ଷ ଧରି ନିଜ ପାଇଁ କନ୍ୟା ଖୋଜିବାରେ ବିଫଳ ହୋଇ ପୋଲିସର ସହାୟତା ଲୋଡିଛନ୍ତି ମୁଜାଫରନଗରର ଯୁବକ ଅଜିମ୍ ମନସୁରି । ଅଧିକ ପଢନ୍ତୁ...

କନ୍ୟାଟିଏ ଖୋଜିବାକୁ ପୋଲିସକୁ ସାହାର୍ଯ୍ୟ ମାଗିଲେ ଦୁଇ ଫୁଟର ଯୁବକ
କନ୍ୟାଟିଏ ଖୋଜିବାକୁ ପୋଲିସକୁ ସାହାର୍ଯ୍ୟ ମାଗିଲେ ଦୁଇ ଫୁଟର ଯୁବକ

By

Published : Mar 12, 2021, 7:33 PM IST

ଲକ୍ଷ୍ନୌ:ବିବାହ କରି ହସଖୁସିରେ ସଂସାର କରିବାକୁ କିଏ ବା ନ ଚାହେଁ ? ସେହିପରି ବିବାହ କରିଜୀବନ ସାଥୀଟିଏ ପାଇବା ପାଇଁ 5 ବର୍ଷ ଧରି ସଂଘର୍ଷ କରୁଛନ୍ତି ଜଣେ ଯୁବକ । କନ୍ୟାଟିଏ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠୁ ଆରମ୍ଭ କରି ପୋଲିସ ଷ୍ଟେସନର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ହେଲେ ସବୁଥର ବିଫଳ ହୋଇଛନ୍ତି । ଯାହା ଦୀର୍ଘ ଦିନ ହେଲା ଯୁବକଙ୍କ ଆଖିରୁ ନିଦ ହଜାଇଛି । ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶ ମୁଜାଫରନଗରରେ । ଏଠାରେ ବସବାସ କରୁଥିବା ଅଜିମ ମନସୁରି ନାମକ ଜଣେ ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ଯୁବକ ବିବାହ ପାଇଁ ସବୁ ପ୍ରକାର ଚେଷ୍ଟା କରି ନିରାଶ ହେବା ପରେ ପୋଲିସ ଆଗରେ ନିଜ ଦୁଃଖ ବଖାଣି ସାହାଯ୍ୟ ମାଗିଛନ୍ତି । ଲୋକଙ୍କ ସେବା ପୋଲିସ ପ୍ରଶାସନର ନୈତିକ କର୍ତ୍ତବ୍ୟ । ଏଣୁ ଜନସେବା ଭିତ୍ତିରେ ତାଙ୍କ ପାଇଁ କନ୍ୟାଟିଏ ଖୋଜିବାକୁ ଅଜିମ ମନସୁରି ପୋଲିସକୁ କହିଛନ୍ତି । ପୋଲିସ ପୂର୍ବରୁ ଅଜିମ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ପାଇଁ କନ୍ୟାଟିଏ ଖୋଜିବାକୁ ନିବେଦନ କରିଥିଲେ।

26 ବର୍ଷୀୟ ଅଜିମଙ୍କ କମ ଉଚ୍ଚତା ପାଇଁ ତାଙ୍କ ସହ ବିବାହ କରିବାକୁ ଅରାଜି ହେଉଛନ୍ତି ଯୁବତୀ। ଅଜିମଙ୍କ ପରିବାର ଲୋକ ମଧ୍ୟ ତାଙ୍କ ଲାଗି ଅନେକ ପ୍ରସ୍ତାବ ଦେଖୁଛନ୍ତି, ହେଲେ ସବୁଥର ପରି ତାହା ବିଫଳ ହେଉଛି । ଯାହାଫଳରେ ଅଜିମ ରାତିରେ ଶୋଇପାରୁନାହାନ୍ତି ଏବଂ ‘ମୋ ସହ ଜୀବନ ବିତାଇବା ପାଇଁ କଣ ମତେ କେହି ମିଳିବେନି’ ବୋଲି ସେ ପ୍ରଶ୍ନ କରିଛନ୍ତି । ବାରମ୍ବାର ଝିଅଙ୍କ ଠୁ ପ୍ରତ୍ୟାଖାନ ପାଇବା ସତ୍ତ୍ବେ ବି ଜୀବନ ସଙ୍ଗୀନିଟିଏ ପାଇବାର ଆଶା ହରାଇ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି ଅଜିମ୍ । ଏଣୁ ସେ ସରକାରୀ ସ୍ତରରୁ ସାହାଯ୍ୟ ଭିକ୍ଷା କରିଛନ୍ତି ।

ଅଜିମ ପ୍ରଥମେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଲକ୍ଷ୍ନୌରେ ଭେଟି ତାଙ୍କ ପାଇଁ କନ୍ୟାଟିଏ ଯୋଗାଡ କରିବାକୁ ଅନୁରୋଧ କରିଥିଲେ । ଗତ 8 ମାସ ପୂର୍ବରୁ ମଧ୍ୟ କାଇରନ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ଏଡିଏମକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରିଥିଲେ । ଏପରିକି ସେ ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଚିଠି ଲେଖିଥିବା ଜଣାପଡିଛି । ତେବେ ଏସଡିଏମ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ନ ପାଇ ଅଜିମ ବୁଧବାର ଖୁବ୍ ଆଶାର ସହ ଶମାଲୀ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ଏବଂ ଜନସେବା କର୍ତ୍ତବ୍ୟ ଆଧାରରେ ତାଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି । ତେବେ ଆମେ ଯଥାସମ୍ଭବ ସମସ୍ତ ଚେଷ୍ଟା କରିବୁ ବୋଲି ଶମାଲୀ ଏସଏଚଓ ସତପଲ ସିଂହ ଜଣାଇଛନ୍ତି ।

ମୁଜାଫରନଗର ଅଜିମ ଅନସୁରୀ ନିଜର 6 ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ଛୋଟ ଅଟନ୍ତି । ତାଙ୍କ ବାପା ଜଣେ ସମାଜସେବୀ । ତେବେ ଅଜିମ ସ୍କୁଲରେ ପଢୁଥିବାବେଳେ ତାଙ୍କ ଉଚ୍ଚତାକୁ ନେଇ ସହପାଠୀଙ୍କ ଉପହାସ ପାଇଁ ସେ ପଞ୍ଚମ ଶ୍ରେଣୀ ସ୍କୁଲ ବନ୍ଦ କରିଥିଲେ । ଏହାପରେ ନିଜ ବଡ ଭାଇ ସହ ମିଶି କସମେଟିକ ଦୋକାନ ଆରମ୍ଭ କରିଥିଲେ । ଯେତେବେଳେ ସେ 21 ବର୍ଷର ହୋଇଥିଲେ, ସେବେଠୁ ତାଙ୍କ ଘରଲୋକେ ଅଜିମଙ୍କ ପାଇଁ କନ୍ୟା ଖୋଜାଖୋଜି କରିଥିଲେ । ମାତ୍ର ଏତେ କମ୍ ଉଚ୍ଚତା ପାଇଁ କୌଣସି ଝିଅ ବିବାହ ପାଇଁ ରାଜି ହୋଇନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details