ଓଡିଶା

odisha

ETV Bharat / bharat

ପର୍ଯ୍ୟବେକ୍ଷଣ ଗୃହରେ ଥିବା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, 2 ମହିଳା କର୍ମଚାରୀ ନିଲମ୍ବିତ - ହଲଦ୍ବାନୀ ଦୁଷ୍କର୍ମ ଘଟଣା

Uttarakhand shocker: ଉତ୍ତରାଖଣ୍ଡରେ ଏକ ଶିଶୁ ପର୍ଯ୍ୟବେକ୍ଷଣ ଗୃହରେ ଥିବା ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ପର୍ଯ୍ୟବେକ୍ଷଣ ଗୃହରୁ ବାହାରକୁ ନେଇ ତାଙ୍କ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ 2 ମହିଳା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଅଧିକ ପଢନ୍ତୁ

rape case in uttarakhand
ପର୍ଯ୍ୟବେକ୍ଷଣ ଗୃହରେ ଥିବା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା

By ETV Bharat Odisha Team

Published : Dec 17, 2023, 10:31 AM IST

ଡେରାଡୁନ: ଉତ୍ତରାଖଣ୍ଡର ହଲଦ୍ବାନୀ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ହଲଦ୍ବାନୀ ଶିଶୁ ପର୍ଯ୍ୟବେକ୍ଷଣ ଗୃହରେ ଥିବା ଜଣେ ନାବାଳିକାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପର୍ଯ୍ୟବେକ୍ଷଣ ଗୃହରେ କାର୍ଯ୍ୟରତ 2 ଜଣ ମହିଳା କର୍ମଚାରୀ ନାବାଳିକାଙ୍କୁ ବାହାରକୁ ନେବା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ 2 ମହିଳା କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

ତେବେ ଉତ୍ତରାଖଣ୍ଡର ହଲଦ୍ବାନୀ ଶିଶୁ ପର୍ଯ୍ୟବେକ୍ଷଣ ଗୃହରେ ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ପର୍ଯ୍ୟବେକ୍ଷଣ ଗୃହରେ କାର୍ଯ୍ୟ କରୁଥିବା 2 ଜଣ ମହିଳା କର୍ମଚାରୀ ନାବାଳିକାଙ୍କୁ ନିଜ ସହ ବାହାରକୁ ନେଇଯିବା ପରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଜଣେ ଶିଶୁ କଲ୍ୟାଣ ବିଭାଗର ଅଧିକାରୀ ରବିନ୍ଦ୍ର ରୌଟେଲା ପର୍ଯ୍ୟବେକ୍ଷଣ ଗୃହରେ ଥିବା ପିଲାମାନଙ୍କ ସହ କଥା ହେଉଥିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ତାଙ୍କୁ ପର୍ଯ୍ୟବେକ୍ଷଣ ଗୃହରୁ ବାହାରକୁ ନିଆଯାଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ନେଇ ଜଣେ ନାବାଳିକା ଶିଶୁ କଲ୍ୟାଣ ଅଧିକାରୀଙ୍କୁ କହିଥିଲେ ।

ଏନେଇ ରବିନ୍ଦ୍ର ରୌଟେଲା ମାମଲା ଦାୟର କରିବା ପରେ ହଲଦ୍ବାନୀ କୋଟଓ୍ବାଲି ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କ ମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇ ଯାଞ୍ଚ ଜାରି ରହିଛି । ତେବେ ଘଟଣାରେ 2 ମହିଳା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. ହୃଦୟହୀନ ପ୍ରେମିକ: ପ୍ରେମିକା ଉପରେ ଚଢ଼ାଇଲା ଗାଡ଼ି

ତେବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ଘଟଣାକୁ ନେଇ ଗୁରୁତର ସହ ନେଇଥିଲା । ବିଭାଗୀୟ ମନ୍ତ୍ରୀ ରେଖା ଆର୍ଯ୍ୟ କହିଛନ୍ତି,"ବ୍ୟକ୍ତିଗତ ଭାବେ ଏହି ମାମଲା ଉପରେ ନଜର ରଖିଛି ଏବଂ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି । ଘଟଣାର ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି । ଅନ୍ୟଜଣଙ୍କ ବିରୋଧରେ ତଦନ୍ତ ଚାଲିଛି । ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,"ଏହି ମାମଲାରେ ତଦନ୍ତ ଜାରି ରହିଛି । ନାବାଳିକାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ଖୁବଶୀଘ୍ର ତଦନ୍ତରୁ ସ୍ପଷ୍ଟ ଘଟଣା ସାମ୍ନାକୁ ଆସିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details