ଓଡିଶା

odisha

By

Published : Mar 31, 2021, 1:27 PM IST

ETV Bharat / bharat

ବିମାନବନ୍ଦରରୁ 1କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ସୁନା ଜବତ

କଷ୍ଟମ ବିଭାଗକୁ ସଫଳତା । ଆଜି ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ 1କୋଟି 15 ଲକ୍ଷ ଟଙ୍କାର ବେଆଇନ ସୁନା ଓ 30,000 ୟୁଏସ ଡଲାର ଜବତ କରିଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

ପଣ୍ଡ ହେଲା ବେଆଇନ ସୁନା ଚାଲାଣ
ପଣ୍ଡ ହେଲା ବେଆଇନ ସୁନା ଚାଲାଣ

ହାଇଦ୍ରାବାଦ:ବିମାନବନ୍ଦରରେ ଦିନକୁ ଦିନ ବଢୁଛି ବେଆଇନ ଚାଲାଣ । ଆଜି ରାଜୀବ ଗାନ୍ଧୀ ବିମାନବନ୍ଦରରୁ 1କୋଟି 15 ଲକ୍ଷ ଟଙ୍କାର ସୁନା ଓ 30,000 ୟୁଏସ ଡଲାର ଜବତ କରିଛି କଷ୍ଟମ ବିଭାଗ ।

ଦୁବାଇରୁ ବିମାନ FZ-8779 ଆସିଥିବା କିଛି ଯାତ୍ରୀଙ୍କୁ ଯାଞ୍ଚ କରିଥିଲା କଷ୍ଟମ ବିଭାଗ । ଏହା ପରେ ସେମାନଙ୍କଠାରୁ 30,000ୟୁଏସ ବିଦେଶୀ ମୁଦ୍ରା ଜବତ କରିଛି କଷ୍ଟମ ବିଭାଗ । ଭାରତୀୟ ମୁଦ୍ରା ତୁଳନାରେ ଏହାର ମୂଲ୍ୟ 21,48,000 ହେବ । ଏହା ପରେ ଏକ ତାଙ୍କ ଆଉ ଏକ ବ୍ୟାଗର ମିକ୍ସଚର ଗ୍ରାଇଣ୍ଡରରୁ 2.5କେଜିର ସୁନା ଜବତ ହୋଇଥିଲା । ଜବତ ସୁନାର ଆନୁମାନିକ ମୂଲ୍ୟ 1କୋଟି 15ଲକ୍ଷ ହେବ ବୋଲି ଅନୁମାନ କରିଛି କଷ୍ଟମ ବିଭାଗ ।

ଘଟଣାରେ ଯାତ୍ରୀଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରଖିଛି କଷ୍ଟମ ବିଭାଗ । କଷ୍ଟମ ବିଭାଗ ସିଆଇଏସଏଫର ସହାୟତାରେ ବେଆଇନ ସୁନା ଚାଲାଣ ନେଇ ଚୋରା ବିଦେଶୀ ମୁଦ୍ରା କାରବାରର ମାମଲା ରୁଜ୍ଜୁ କରିଛି । ତେବେ ଆଶ୍ଚର୍ଯ୍ୟର ଘଟଣା ଯେ ବେଆଇନ ସାମଗ୍ରୀ ଚାଲାଣ ଏକ ଅପରାଧ । ବିମାନବନ୍ଦରରେ କ଼ଡା ସୁରକ୍ଷା ଭିତରେ ବି ବେଆଇନ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details