ଓଡିଶା

odisha

By

Published : Aug 17, 2022, 5:42 PM IST

ETV Bharat / bharat

BJP ରେ ସାମିଲ ହେଲେ ହିମାଚଳ ପ୍ରଦେଶର ଦୁଇ କଂଗ୍ରେସ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧରିଲେ ପଦ୍ମ

BJP ରେ ସାମିଲ ହେଲେ ହିମାଚଳ ପ୍ରଦେଶର ଦୁଇ କଂଗ୍ରେସ ବିଧାୟକ । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଉପସ୍ଥିତିରେ ଧରିଲେ ପଦ୍ମ । ଗତ କିଛି ଦିନ ହେବ ଏମାନଙ୍କ ବିଜେପିରେ ସାମିଲ ହେବା ନେଇ ଲାଗି ରହିଥିଲା ଚର୍ଚ୍ଚା । ଅଧିକ ପଢନ୍ତୁ

BJP ରେ ସାମିଲ ହେଲେ ହିମାଚଳ ପ୍ରଦେଶର ଦୁଇ କଂଗ୍ରେସ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧରିଲେ ପଦ୍ମ
BJP ରେ ସାମିଲ ହେଲେ ହିମାଚଳ ପ୍ରଦେଶର ଦୁଇ କଂଗ୍ରେସ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧରିଲେ ପଦ୍ମ

ଶିମଲା:ହିମାଚଳ ପ୍ରଦେଶରେ BJPରେ ସାମିଲ ହେଲେ କଂଗ୍ରେସର ଦୁଇ ବରିଷ୍ଠ ବିଧାୟକ । କଂଗ୍ରେସ ବିଧାୟକ ପଓ୍ବନ କୁମାର କାଜଲ ଓ ଲଖୀବିନ୍ଦର ସିଂ ରଣା ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏହି ଦୁଇ ବିରୋଧୀ ବିଧାୟକ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଉପସ୍ଥିତିରେ ଶିମଲାରେ ଥିବା ରାଜ୍ୟ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଏହି ଦୁଇ ବିଧାୟକଙ୍କୁ ଦଳକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, ‘‘ଏହି ଦୁଇ ବରିଷ୍ଠ କଂଗ୍ରେସ ବିଧାୟକଙ୍କ ଯୋଗଦାନ ବିଜେପିକୁ ଲାଭାନ୍ବିତ କରିବ ।’’ ପଓ୍ବନ କାଜଲ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ବରେ ଥିଲେ । ସେ କାଙ୍ଗରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ନିର୍ବାଚିତ ହୋଇଛନ୍ତି । ସେହିପରି ଅନ୍ୟତମ ବିଧାୟକ ଲଖୀବିନ୍ଦର ସିଂ ରାଣା ମଧ୍ୟ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ପ୍ରଦେଶ କଂଗ୍ରେସର ଉପ ସଭାପତି ଭାବେ ଦାୟିତ୍ବରେ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details