ଓଡିଶା

odisha

By

Published : May 13, 2021, 6:28 PM IST

ETV Bharat / bharat

କବରସ୍ଥାନରେ ମିଳିଲାନି ସ୍ଥାନ, ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହେଲା ଦୁଇ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଅନ୍ତିମ ସଂସ୍କାର

ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବାବେଳେ ମୃତ୍ୟୁ ହାରରେ ନାହିଁ ରୋକ । କବରସ୍ଥାନ ଅଭାବରୁ ଦୁଇ ଖ୍ରୀଷ୍ଟ ଧର୍ମାମ୍ବଲମ୍ବୀଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତିରେ ହେଲା ସମ୍ପନ୍ନ । ଅଧିକ ପଢନ୍ତୁ...

କବରସ୍ଥାନରେ ମିଳିଲାନି ସ୍ଥାନ, ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହେଲା ଦୁଇ ଖ୍ରୀଷ୍ଟ ଧର୍ମାମ୍ବଲମ୍ବୀଙ୍କ ଅନ୍ତିମ ସଂସ୍କାର
କବରସ୍ଥାନରେ ମିଳିଲାନି ସ୍ଥାନ, ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହେଲା ଦୁଇ ଖ୍ରୀଷ୍ଟ ଧର୍ମାମ୍ବଲମ୍ବୀଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ଧିରେଧିରେ ନିୟନ୍ତ୍ରଣକୁ ଆସୁଥିବାବେଳେ ମୃତ୍ୟୁ ହାରରେ କିନ୍ତୁ ରୋକ ଲାଗିବାର ପ୍ରଶ୍ନ ଉଠୁନାହିଁ । ତେବେ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବାରୁ ଶ୍ମଶାନରେ ମଧ୍ୟ ମୃତଦେହ ସତ୍କାର କରିବା ପାଇଁ ସ୍ଥାନ ଓ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଗତ କିଛିଦିନ ଧରି କ୍ରମାଗତ ଦେଖିବାକୁ ମିଳିଆସୁଛି । ଆଜି ଦିଲ୍ଲୀର ଗାଜିପୁର ଶ୍ମଶାନରେ ମୃତଦେହ ସତ୍କାର ନେଇ ଏକ ବିରଳ ଘଟଣା ଦେଖିବାକୁ ମିଳିଛି ।

କବରସ୍ଥାନରେ ମିଳିଲାନି ସ୍ଥାନ, ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହେଲା ଦୁଇ ଖ୍ରୀଷ୍ଟ ଧର୍ମାମ୍ବଲମ୍ବୀଙ୍କ ଅନ୍ତିମ ସଂସ୍କାର
କବରସ୍ଥାନରେ ମିଳିଲାନି ସ୍ଥାନ, ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହେଲା ଦୁଇ ଖ୍ରୀଷ୍ଟ ଧର୍ମାମ୍ବଲମ୍ବୀଙ୍କ ଅନ୍ତିମ ସଂସ୍କାର

ଦୁଇ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ମୃତକଙ୍କ ସତ୍କାର ହିନ୍ଦୁ ପାରମ୍ପରିକ ଶୈଳୀରେ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି । ଖ୍ରୀଷ୍ଟିଆନ ଧର୍ମ ପରମ୍ପରା ଅନୁସାରେ ମୃତଦେହ ପୋତା ହେବାର ପରମ୍ପରା ଥିବାବେଳେ ସ୍ଥାନ ଅଭାବରୁ ପୋତିବା ପରିବର୍ତ୍ତେ ଦାହ କରାଯାଇଛି । ଗାଜୀପୁର ଶ୍ମଶାନ ଘାଟର ମୁଖ୍ୟ ପୂଜାରୀଙ୍କ କହିବା ଅନୁସାରେ ଦୁଇ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ କବର ସ୍ଥାନରେ ସ୍ଥାନ ନମିଳିବାରୁ ହିନ୍ଦୁ ରୀତିନୀତି ଅନୁସାରେ ଗାଜିପୁର ଶ୍ମଶାନ ଘାଟ ଅଣାଯାଇଥିଲା । ସେଠାରେ ଉଭୟ ମୃତଦେହକୁ ଦାହ କରାଯାଇଛି ।

ହିନ୍ଦୁ ଧର୍ମାନୁସାରେ ଦାହ ପରେ ଚିତାଗ୍ନୀ ସଂଗ୍ରହ କରାଯିବା ସହ ଯମୁନା ନଦୀରେ ପରିବାର ଲୋକେ ବିସର୍ଜନ ମଧ୍ୟ କରିଛନ୍ତି । ତେବେ ଘଟଣାକୁ ନେଇ କୌଣସି ବିବାଦ ସୃଷ୍ଟି ନହେବା ନେଇ ସବୁ ପ୍ରକାର ସରକାରୀ ପ୍ରକ୍ରିୟା ଅବଲମ୍ବନ କରାଯିବା ସହ ସମସ୍ତ କାଗଜ ପତ୍ର ମଧ୍ୟ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ହସ୍ତାନ୍ତର ସରିଥିବା ଶ୍ମଶାନଘାଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details