ଓଡିଶା

odisha

ETV Bharat / bharat

ବିହାରରୁ ଦୁଇ ଚୀନ ନାଗରିକ ଗିରଫ, ନେପାଳ ସୀମା ଦେଇ କରିଥିଲେ ଅନୁପ୍ରବେଶ - ବିହାରରେ ଚୀନ ନାଗରିକ ଗିରଫ

ବିହାର-ନେପାଳ ସୀମାରୁ ଗିରଫ ହେଲେ ଦୁଇ ଚୀନ ନାଗରିକ । ବିନା ଭିସାରେ ଭାରତରେ କରିଥିଲେ ପ୍ରବେଶ । ନେପାଳ ସୀମା ଦେଇ ଫେରିବାବେଳେ ମାଡିି ବସିଲା ସୀମା ସଶସ୍ତ୍ର ବଳ । ଅଧିକ ପଚରାଉଚୁରା ଜାରି । ଅଧିକ ପଢନ୍ତୁ

ବିହାରରୁ ଦୁଇ ଚୀନ ନାଗରିକ ଗିରଫ, ନେପାଳ ସୀମା ଦେଇ କରିଥିଲେ ଅନୁପ୍ରବେଶ
ବିହାରରୁ ଦୁଇ ଚୀନ ନାଗରିକ ଗିରଫ, ନେପାଳ ସୀମା ଦେଇ କରିଥିଲେ ଅନୁପ୍ରବେଶ

By

Published : Jun 13, 2022, 8:18 PM IST

ପାଟନା: ଗତ କିଛି ଦିନ ପୂର୍ବରୁବିନା ଭିସାରେ ଭାରତରେ ପ୍ରବେଶ କରିଥିବା ଦୁଇ ଚୀନ ନାଗରିକଙ୍କୁ ବିହାର ସୀମାରୁ ଗିରଫ କରାଯାଇଛି । ଉକ୍ତ ଦୁଇ ଯୁବକ ବିହାର ଦେଇ ନେପାଳ ସୀମା ଅତିକ୍ରମ କରିବାର ଉଦ୍ୟମ କରୁଥିବାବେଳେ ଉଭୟଙ୍କୁ ଗିରଫ କରିଛି ସେଠାରେ ପାଟ୍ରୋଲିଂ ଦାୟିତ୍ବରେ ଥିବା ସୀମା ସଶସ୍ତ୍ର ବଳ । ସେମାନେ ବିନା କୌଣସି ବୈଧ ପ୍ରମାଣପତ୍ରରେ ଭାରତରେ ପ୍ରବେଶ କରିବା ସହ ଦିଲ୍ଲୀ-NCR ଅଞ୍ଚଳରେ ଗତ କିଛି ଦିନ ରହି ଆସୁଥିବା ବିହାର ସୀତାମରି ପୋଲିସ ଅଧୀକ୍ଷକ ହରି କିଶୋର ରାୟ ସୂଚନା ଦେଇଛନ୍ତି ।

ଗିରଫ ପରେ ଉଭୟଙ୍କ ପରିଚୟ ସ୍ପଷ୍ଟ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ 28 ବର୍ଷୀୟ ଲୁ ଲାଙ୍ଗ (Lu Lang) ଓ 34 ବର୍ଷୀୟ ୟୁଆନ ହାଇଲଙ୍ଗ (Yuan Hailong) । ଉଭୟଙ୍କ ଠାରୁ ଚୀନ ପାସପୋର୍ଟ ଜବତ ହୋଇଛି । କିନ୍ତୁ କୌଣସି ଭିସା ମିଳିପାରିନାହଁ । ପ୍ରାଥମିକ ପଚରା ଉଚରାରେ ଉଭୟ ନେପାଳ ବର୍ଡର ଦେଇ ଭାରତୀୟ ସୀମାରେ ପ୍ରବେଶ କରିଥିବାବେଳେ ପରବର୍ତ୍ତୀ ସମୟରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ କିଛି ଦିନ କାଟିଥିବା ସ୍ବୀକାର କରିଛନ୍ତି ।

ଉଭୟଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରେ ମିଳିଥିବା ଚୀନ ପାସପୋର୍ଟ ଓ ଅନ୍ୟ ସାମଗ୍ରୀ ମଧ୍ୟ ଯାଞ୍ଚ କରାଯାଉଛି । ସେମାନଙ୍କ ମୋବାଇଲ ଫୋନର କଲ ରେକର୍ଡ ମଧ୍ୟ ଯାଞ୍ଚ ଜାରି ରହିଛି । ଫଳରେ ଦିଲ୍ଲୀରେ ରହଣି ସମୟରେ ସେମାନେ କେଉଁ କାର୍ଯ୍ଯରେ ନିୟୋଜିତ ଥିଲେ ତାହା ସ୍ପଷ୍ଟ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details