ଓଡିଶା

odisha

ରାମ ମନ୍ଦିର ଗର୍ଭଗୃହର ମୁଖ୍ୟ ଦ୍ବାରରେ ଲାଗିଲା ସୁବର୍ଣ୍ଣ କବାଟ

1st golden gate installed in Ram temple: ଗର୍ଭଗୃହର ମୁଖ୍ୟ ଦ୍ବାରରେ ଲାଗିଲା ସୁବର୍ଣ୍ଣ କବାଟ । ମୋଟ 14 ଦ୍ବାରରେ ସୁନା କବାଟ ଲାଗିବାର କରାଯାଉଛି ବ୍ୟବସ୍ଥା । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 9, 2024, 9:48 PM IST

Published : Jan 9, 2024, 9:48 PM IST

ରାମ ମନ୍ଦିର ଗର୍ଭଗୃହର ମୁଖ୍ୟ ଦ୍ବାରରେ ଲାଗିଲା ସୁବର୍ଣ୍ଣ କବାଟ
ରାମ ମନ୍ଦିର ଗର୍ଭଗୃହର ମୁଖ୍ୟ ଦ୍ବାରରେ ଲାଗିଲା ସୁବର୍ଣ୍ଣ କବାଟ

ଲକ୍ଷ୍ନୌ:ରାମ ମନ୍ଦିର ଗର୍ଭଗୃହର ମୁଖ୍ଯଦ୍ବାରରେ ଲାଗିଲା ସୁବର୍ଣ୍ଣ କବାଟ । ସମ୍ପୂର୍ଣ୍ଣ ସୁନାରେ ନିର୍ମିତ ଏହି କବାଟକୁ ଆଜି ମନ୍ଦିର ଗର୍ଭଗୃହର ମୁଖ୍ୟଦ୍ବାରରେ ସ୍ଥାପନ କରାଇଛି । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରରେ ମୋଟ 14ଟି ଦ୍ବାରରେ ସୁନା କବାଟ ଲଗାଯିବାର ବ୍ୟବସ୍ଥା ହୋଇଛି । ଆଜି ପ୍ରଥମ ସ୍ବର୍ଣ୍ଣ କବାଟ ସ୍ଥାପନ କରାଯାଇଛି । ଅନ୍ୟ କବାଟଗୁଡିକର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାକୁ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ପର୍ଯ୍ୟାୟକ୍ରମେ ଲଗାଯିବ । ମହାରାଷ୍ଟ୍ରର ପ୍ରସିଦ୍ଧ ଶାଗୁଆନ କାଠରେ ଏହି କବାଟ ନିର୍ମାଣ କରାଯିବା ପରେ ଏଥିରେ ସୁନା ପରସ୍ତ ବା ଆସ୍ତରଣ ଚଢାଯାଉଛି । ଆଜି ମୁଖ୍ୟଦ୍ବାରରେ ଲାଗିଥିବା ସୁନା କବାଟରେ ଦୁଇଟି ହସ୍ତୀ ଓ ଦୁଇଟି ସକ୍ଷୀ ରହିଛନ୍ତି । ଏହା ସହ ଅନ୍ୟ ପାର୍ଶ୍ବ କାରୁକାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିଛି ।

22 ତାରିଖରେ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଏହାର ଗ୍ରାଉଣ୍ଡ ଫ୍ଲୋରର ସମସ୍ତ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ଦିରର ମୁଖ୍ୟଦ୍ବାର ବା ସିଂହଦ୍ବାରରେ ପଥର ନିର୍ମିତ ଦୁଇଟି ବିଶାଳ ସିଂହ ଓ ଦୁଇଟି ହସ୍ତୀ ମୂର୍ତ୍ତି ସ୍ଥାନ ପାଇଛନ୍ତି । ପୂର୍ବ ଦିଗରେ ଏହି ମୁଖ୍ୟଦ୍ବାରରେ ମୋଟ 32ଟି ପାହାଚ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ସିଂହଦ୍ବାରରୁ ହିଁ ପ୍ରତିଷ୍ଠା ଉତ୍ସବ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ବୋଧିତ କରିବେ ।

ଏହା ମଧ୍ୟ ପଢନ୍ତୁ :-ପ୍ରାଣ ପ୍ରତିଷ୍ଠା ଉତ୍ସବ: କାଶୀ ପଣ୍ଡିତ ମଣ୍ଡଳୀରେ ସାମିଲ ହେବେ ସହକାରୀ ସସ୍କୃତ ପ୍ରାଧ୍ୟାପକ

କେମିତି ହେବ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା:-
ଏହି ପ୍ରକ୍ରିୟାଟି କେବଳ ପଣ୍ଡିତ ମଣ୍ଡଳୀ ଦ୍ବାରା ଗର୍ଭଗୃହରେ ଗୁପ୍ତନୀତି ଭାବେ ସମ୍ପାଦିତ ହେବ । ତେବେ ପଣ୍ଡିତମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସ୍ବତନ୍ତ୍ର ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ସିଂହାସନରେ ବିଗ୍ରହଙ୍କୁ ସ୍ଥାପନ କରାଯିବା ପରେ ସ୍ବତନ୍ତ୍ର ପୂଜାବିଧିରେ ସେମାନଙ୍କ ଚକ୍ଷୁରୁ ପରଦା ହଟାଯିବ । ଏଥିପାଇଁ ଏକ ସ୍ବର୍ଣ୍ଣ ବାଡି ବ୍ୟବହାର ହେବ । ବିଗ୍ରହମାନଙ୍କ ଚକ୍ଷୁମୁକ୍ତ ହେବା ପରେ ଚକ୍ଷୁରେ ମହୁ ସାହାଯ୍ୟରେ କଜ୍ଜଳ ଲଗାଯିବ । ଏହା ପରେ ବିଗ୍ରହମାନଙ୍କ ସମ୍ମୁଖରେ ଏକ ବିଶାଳ ଦର୍ପଣ ରଖାଯିବ । ତୁରନ୍ତ ଏହି ଦର୍ପଣଟି ଭାଙ୍ଗିଯିବ । ସମସ୍ତ ବିଗ୍ରହ ଜୀବନ୍ୟାସ ପାଇବେ । ଏହାକୁ ବୈଦିକ ନୀତିରେ ‘ଚକ୍ଷୁଦାନ’ ପ୍ରକ୍ରିୟା ବୋଲି କୁହାଯାଉଛି । ଏହା ପରେ ପ୍ରଥମ ଆଳତୀ ହେବା ସହ ଓ ଦର୍ଶନ ମଧ୍ୟ ହେବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନ ହେବେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details