ଓଡିଶା

odisha

ETV Bharat / bharat

କୋଚି ବିମାନ ବନ୍ଦରରେ ପହଞ୍ଚିଲା 3.5 ଲକ୍ଷ କୋଭିସିଲ୍ଡ ଟିକା

18-45 ବର୍ଷ ବୟସ୍କଙ୍କ ପାଇଁ ପ୍ରଥମ କୋଭିସିଲ୍ଡ ଟିକା ଆଜି ପୁନେରୁ ଆସି କେଳରର କୋଚି ବିମାନ ବନ୍ଦରରେ ପହଞ୍ଚିଛି। ଅଧିକ ପଢନ୍ତୁ...

କୋଚି ବିମାନ ବନ୍ଦରରେ ପହଞ୍ଚିଲା କୋଭାସିଲ୍ଡର 3.5 ଲକ୍ଷ ଟିକା
କୋଚି ବିମାନ ବନ୍ଦରରେ ପହଞ୍ଚିଲା କୋଭାସିଲ୍ଡର 3.5 ଲକ୍ଷ ଟିକା

By

Published : May 10, 2021, 6:24 PM IST

ଥିରୁଅନନ୍ତପୁରମ: କେରଳରେ ପହଞ୍ଚିଲା 18 ରୁ 45 ବୟସ୍କଙ୍କୁ ଦିଆଯିବାକୁ ଥିବା ପ୍ରଥମ ବ୍ୟାଚ କୋଭିସିଲ୍ଡର 3.5 ଲକ୍ଷ ଡୋଜ। ଆଜି(ସୋମବାର) ମଧ୍ୟାହ୍ନ 12ଟା ସମୟରେ ପୁନେରୁ ଆସି କୋଚି ବିମାନବନ୍ଦରରେ ପହଞ୍ଚିଛି ଏହି ଟିକା। ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ।

ଅନ୍ୟପଟେ, ଆଜି ଆସି ପହଞ୍ଚିଥିବା ଉକ୍ତ ଟିକା ଗୁଡିକୁ ରାଜ୍ୟ ମେଡିକାଲ ସେବା ନିଗମର ଓୟାର ହାଉସରେ ରଖାଯିବ। ଏହାପରେ ଉକ୍ତ ସ୍ଥାନରୁ ଟିକାକରଣ ନିମନ୍ତେ ବିଭିନ୍ନ ଜିଲ୍ଲାକୁ ପଠାଯିବା ନେଇ କହିଛି ରାଜ୍ୟ ସୂଚନା ବିଭାଗ।

ରାଜ୍ୟରେ ଟୀକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ କେରଳ ସରକାର ଏକ କୋଟିରୁ ଅଧିକ ଡୋଜ ଟିକା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, 'ଆମେ ଚଳିତ ମାସ ଖୁବ କମ ସଂଖ୍ୟାର ଟିକା ପାଇଛୁ। ତେଣୁ ପ୍ରଥମେ 18 ରୁ 45 ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣକୁ ପ୍ରାଥମିକତା ଦିଆଯିବ'। ଏହାପରେ ଯେଉଁମାନେ ପୂର୍ବରୁ ଟିକା ନେଇ ନଥିବେ ସେମାନଙ୍କୁ ଟିକାକରଣ କରାଯିବ ।

ସେ ଆହୁରି କହିଛନ୍ତି ଯେ, 'ରାଜ୍ୟ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ କରାଇବାକୁ ପଦକ୍ଷେପ ନେବା ସହ ଏହି ମାମଲା ଉପରେ କେନ୍ଦ୍ର ସହ ମଧ୍ୟ ଆଲୋଚନା କରିବ' ।

ABOUT THE AUTHOR

...view details