ଶ୍ରୀନଗର: କାଶ୍ମୀରରେ 1990 ମସିହାରେ ଭାରତୀୟ ବାୟୁସେନାର 4 ଅଧିକାରୀଙ୍କୁ ହତ୍ୟା ମାମଲାରେ ଜେଲରେ ଥିବା ଆତଙ୍କବାଦୀ ୟାସୀନ ମଲ୍ଲିକ ନାମରେ ଜାରି ହେଲା ନୂଆ ଓ୍ବାରେଣ୍ଟ । ଏହି ମାମଲାରେ କାଶ୍ମୀରର ସ୍ପେସାଲ ଟେରରିଷ୍ଟ ଆଣ୍ଡ ଡିସରପଟିଭ ଆକ୍ଟିଭିଟି (special Terrorist and Disruptive Activity (TADA) କୋର୍ଟ ୟାସୀନ ମଲ୍ଲିକ ନାମରେ ଆଜି ନୂଆ ଓ୍ବାରେଣ୍ଟ ଜାରି କରିଛନ୍ତି (warrant against Yasin Malik) । ଆତଙ୍କୀ ପାଣ୍ଠି ଯୋଗାଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ତିହାର ଜେଲରେ ଆଜୀବନ ସଜ୍ଜା କାଟୁଛି ଆତଙ୍କବାଦୀ ୟାସୀନ ମଲ୍ଲିକ । ଏହି ଗଣହତ୍ୟା ମାମଲାରେ ମଧ୍ୟ ଆତଙ୍କବାଦୀ ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ରହିଛି ।
1990 ଜାନୁଆରୀ 25 ତାରିଖରେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିବା ସ୍କ୍ବାର୍ଡନ ଲିଡର ରବି ଶର୍ମାଙ୍କ ସମେତ 4 ବାୟୂସେନା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସିଧାସଳଖ କାଶ୍ମୀର ମୁକ୍ତି ସଂଗଠନ (JKLF) ଚଳାଉଥିବା ୟାସୀନ ମଲ୍ଲିକ ହିଁ କରିଥିବା ତଦନ୍ତରୁ ଜଣାପଡିଥିଲା । ସେହିବର୍ଷ ତାକୁ ଗିରଫ କରିଥିଲା ପୋଲିସ । ତେବେ ଏହି ଘଟଣାରେ ତାକୁ ଉପଯୁକ୍ତ ପ୍ରମାଣ ଅଭାବରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦୋଷୀ ସାବ୍ଯସ୍ତ କରାଯାଇ ପାରିନାହିଁ (warrant against Yasin Malik )।