ଓଡିଶା

odisha

ETV Bharat / bharat

1984 riots case: ଟଇଟଲରଙ୍କୁ ଜାମିନ, ଶିଖ ସମ୍ପ୍ରଦାୟର ପ୍ରତିବାଦ - 1984 ଶିଖ ବିରୋଧୀ ଦଙ୍ଗା

ଶିଖ ବିରୋଧୀ ହିଂସା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କୁ ବେଲ । ପ୍ରତିବାଦ କରି ଧାରଣା ଦେଲା ଶିଖ ସମ୍ପ୍ରଦାୟ । ଅଧିକ ପଢନ୍ତୁ

1984 riots case: ଟଇଟଲରଙ୍କ ବେଲ ବଣ୍ଡ ଗ୍ରହଣ କଲେ କୋର୍ଟ, ଶିଖ ସମ୍ପ୍ରଦାୟର ପ୍ରତିବାଦ
1984 riots case: ଟଇଟଲରଙ୍କ ବେଲ ବଣ୍ଡ ଗ୍ରହଣ କଲେ କୋର୍ଟ, ଶିଖ ସମ୍ପ୍ରଦାୟର ପ୍ରତିବାଦ

By

Published : Aug 5, 2023, 5:12 PM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ 1984 ମସିହା ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଅନ୍ୟତମ ଅଭିଯୁକ୍ତ ବରିଷ୍ଠ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଗତକାଲି (ଶୁକ୍ରବାର) କୋର୍ଟ ଟାଇଟଲରଙ୍କୁ ଜାମିନ ପ୍ରଦାନ କରିବା ପରେ ଏହକୁ ବିରୋଧ କରିଛନ୍ତି ଶିଖ୍‌ ସମ୍ପ୍ରଦାୟ ।

କୋର୍ଟଙ୍କ ରାୟ ପରେ ଦିଲ୍ଲୀ ଶିଖ ଗୁରୁଦ୍ବାର ମ୍ୟାନେଜମ୍ୟାଣ୍ଟ କମିଟି (DSGMC) ରାଉଜ ଆଭିନ୍ୟୁ କୋର୍ଟ ପରିସର ବାହାରେ ଧାରଣା ଦେବା ସହ ନାରାବାଜୀ କରିଥିଲେ । ସେମାନେ କୋର୍ଟଙ୍କ ରାୟର ପୁନର୍ବିଚାର ଦାବି କରିବା ସହ ବେଲ ପ୍ରଦାନ ମଞ୍ଜୁରୀକୁ ଖାରଜ କରିବା ପାଇଁ ଦାବି କରିଥିଲେ । ହାତରେ ପ୍ଲାକକାର୍ଡ ଧରି ଜଗଦୀଶ ଟାଇଟଲରଙ୍କ ବିରୋଧରେ ନାରାବାଜୀ କରିଥିଲେ । ପୋଲିସ ସେମାନଙ୍କୁ ବାଧା ଦେବା ସହ ଘଟଣାସ୍ଥଳରୁ ହଟାଇବା ପାଇଁ ପ୍ରୟାସ କରିଥିଲା । ଏହି ସମୟରେ ପୋଲିସ ସହ ଶିଖ ସମ୍ପ୍ରଦାୟ ସଦସ୍ୟଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:-1984 Riots Case: ଜଗଦୀଶ ଟାଇଟଲରଙ୍କ ନାମରେ ଚାର୍ଜସିଟ ଦାଖଲ କଲା CBI

1984 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀରେ ଦେଖାଯାଇଥିବା ଶିଖ ବିରୋଧୀ ହିଂସାରେ ଏକାଧିକ କଂଗ୍ରେସ ନେତାଙ୍କ ସମେତ ଜଗଦୀଶ ଟାଇଟେଲର ମଧ୍ୟ ଅନ୍ୟତମ ଅଭିଯୁକ୍ତ ଭାବେ ପୋଲିସ ରେକର୍ଡରେ ସ୍ଥାନ ପାଇଥିଲେ । ଏହି ଦଙ୍ଗାର ତଦନ୍ତ ଲାଗି ଗଠନ ହୋଇଥିବା ନାନାବତୀ କମିଶନରେ ମଧ୍ୟ ଟାଇଟେଲରଙ୍କ ନାମ ରହିଥିଲା । ହେଲେ ସେ ପରେ ସମସ୍ତ ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତେବେ ପରେ ତାଙ୍କୁ 2015 ରେ ପୁଣି ତଦନ୍ତ ପରିସରକୁ ଅଣାଯାଇଥିଲା । ନିକଟରେ ତାଙ୍କ ଭଏସ ସାମ୍ପଲ ସଂଗ୍ରହ କରି କେନ୍ଦ୍ରୀୟ ସଂସ୍ଥା ଫେରନସିକ ଟିମକୁ ପଠାଇଥିବା ବେଳେ ତାଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା ।

ଖଲିସ୍ତାନ ଗଠନ ଦାବିରେ ଜାରି ରହିଥିବା ହିଂସାତ୍ମକ ବିଦ୍ରୋହକୁ ପ୍ରଶମିତ କରିବା ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅପରେସନ ବ୍ଲୁ-ଷ୍ଟାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାରଣରୁ ତାଙ୍କୁ ତାଙ୍କର ସୁରକ୍ଷା ଦାୟିତ୍ବରେ ଥିବା ଶିଖ୍‌ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିଥିବା କୁହାଯାଏ । ଏହା ପରେ ଉତ୍ତର ଦିଲ୍ଲୀରେ ଶିଖ ବିରୋଧୀ ଦଙ୍ଗା ହୋଇଥିଲେ । ଏଥିରେ ଏକାଧିକ କଂଗ୍ରେସ ନେତାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଗଦୀଶ ଟାଇଟଲର ପ୍ରମୁଖ ଅଭିଯୁକ୍ତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details