ନୂଆଦିଲ୍ଲୀ: ମଙ୍ଗଳବାର ଆସିଥିବା ରିପୋର୍ଟ ଅନୁସାରେ, ଦେଶରେ ବହୁତ ଦିନ ପରେ 20 ହଜାର ତଳକୁ କୋରୋନା ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି। କହିବାକୁ ଗଲେ ଦେଶବାସୀଙ୍କ ପାଇଁ ଏହା ଏକ ପ୍ରକାର ଆଶ୍ବସ୍ତିକର ଖବର ରହିଛି।
ଦେଶରେ ଗୋଟିଏ ଦିନରେ 19,556 ପଜିଟିଭ, 301 ମୃତ - Health Ministry
ଧିରେ ଧିରେ କମୁଛି ସଂକ୍ରମଣ । ସୁଧୁରୁଛି ସ୍ଥିତି । ଗୋଟିଏ ଦିନରେ 19 ହଜାର ଆକ୍ରାନ୍ତ ଚିହ୍ନଟ। ଅଧିକ ପଢନ୍ତୁ...
![ଦେଶରେ ଗୋଟିଏ ଦିନରେ 19,556 ପଜିଟିଭ, 301 ମୃତ ଦେଶରେ ଗୋଟିଏ ଦିନରେ 19,556 ପଜିଟିଭ ରିପୋର୍ଟ, 301 ମୃତ](https://etvbharatimages.akamaized.net/etvbharat/prod-images/768-512-9963759-490-9963759-1608615037323.jpg)
ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 19 ହଜାର 556 ଟି ପଜିଟିଭ ରିପୋର୍ଟ ହୋଇଛି। ଯାହାକୁ ମିଶାଇ ବର୍ତ୍ତମାନ 1 କୋଟି 75 ହଜାର 116ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା। ସେହିପରି ଗୋଟିଏ ଦିନରେ ରେକର୍ଡ ହୋଇଥିବା 301 ଜଣଙ୍କର ମୃତ୍ୟୁ କୁ ମିଶାଇ 1 ଲକ୍ଷ 46 ହଜାର 111ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସୋମବାର 30 ହଜାର 376 ଜଣ ସୁସ୍ଥ ହୋଇଛନ୍ତି । ଆଉ ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା 96 ଲକ୍ଷ 36 ହଜାର 487 ରେ ପହଞ୍ଚିଛି। 2 ଲକ୍ଷ 92 ହଜାର 518 ଜଣ କୋରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।