ଓଡିଶା

odisha

By

Published : Nov 9, 2022, 4:14 PM IST

ETV Bharat / bharat

QS Asia Universities Ranking 2023: ସ୍ଥାନ ପାଇଲା ଭାରତର ୧୯ଟି ବିଶ୍ବବିଦ୍ୟାଳୟ

QS ଏସିଆ ୟୁନିଭରସିଟି ରାଙ୍କିଙ୍ଗରେ ଶ୍ରେଷ୍ଠ ୨୦୦ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଲା ଦେଶର ୧୯ଟି ବିଶ୍ବବିଦ୍ୟାଳୟ (19 Indian Universities Make it to Top 200 in QS Asia Universities Ranking 2023)। ଏସିଆ ୟୁନିଭରସିଟି ରାଙ୍କରେ ଶ୍ରେଷ୍ଠ ୨୦୦ଟି ବିଶ୍ବବିଦ୍ୟାଳୟ ଭିତରେ ଭାରତର ବିଶ୍ବବିଦ୍ୟାଳୟର ସଂଖ୍ୟା ଅଧିକ ରହିଛି । ଅଧିକ ପଢନ୍ତୁ

QS Asia Universities Ranking 2023
QS Asia Universities Ranking 2023

ନୂଆଦିଲ୍ଲୀ:QS ଏସିଆ ୟୁନିଭରସିଟି ରାଙ୍କିଙ୍ଗରେ ଶ୍ରେଷ୍ଠ ୨୦୦ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଲା ଦେଶର ୧୯ଟି ବିଶ୍ବବିଦ୍ୟାଳୟ (19 Indian Universities Make it to Top 200 in QS Asia Universities Ranking 2023) । IIT ବମ୍ବେ ଚଳିତ ବର୍ଷ ପୁଣିଥରେ ୪୦ ତମ ରାଙ୍କରେ ରହିଛି । ଏସିଆ ୟୁନିଭରସିଟି ରାଙ୍କିଙ୍ଗର ଶ୍ରେଷ୍ଠ ୨୦୦ଟି ବିଶ୍ବବିଦ୍ୟାଳୟ ଭିତରେ ଭାରତର ବିଶ୍ବବିଦ୍ୟାଳୟର ସଂଖ୍ୟା ଅଧିକ ରହିଛି । ୨୦୦ ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଥିବା ଭାରତର ୮ଟି ବିଶ୍ବବିଦ୍ୟାଳୟ ଗତବର୍ଷ ଠାରୁ ଚଳିତ ବର୍ଷ ରାଙ୍କିଙ୍ଗ ସ୍ଥାନରେ ମଧ୍ୟ ଉନ୍ନତି ଆସିଛି ।

୨୦୨୩ QS ଏସିଆ ୟୁନିଭରସିଟି ରାଙ୍କି ମଙ୍ଗଳବାର ଦିନ ଅନ୍ତର୍ଜାତିୟ ରାଙ୍କିଙ୍ଗ ଏଜେନ୍ସି (Quacquarelli Symonds) ଦ୍ବାରା ପ୍ରକାଶିତ ହୋଇଛି । ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷ ଶ୍ରେଷ୍ଠ 200 QS ଏସିଆ ୟୁନିଭରସିଟି ରାଙ୍କିଙ୍ଗରେ ସ୍ଥାନ ପାଇଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଗୁଡିକ ହେଲା ଆଇଆଇଟି ବମ୍ବେ (40 ତମ), ଆଇଆଇଟି ଦିଲ୍ଲୀ (46 ତମ), ଆଇଏସସି ବାଙ୍ଗାଲୋର (52), ଆଇଆଇଟି ମାଡ୍ରାସ (53), ଆଇଆଇଟି ଖଡଗପୁର(61), ଆଇଆଇଟି କାନପୁର (66) ଦିଲ୍ଲୀ ବିଶ୍ୱବିଦ୍ୟାଳୟ (85), ଆଇଆଇଟି ରୁର୍କି (114), ଜେଏନୟୁ ( 119), ଆଇଆଇଟି ଗୌହାଟି (124), ଭିଆଟି ଭେଲୋର (173), କଲିକତା ବିଶ୍ୱବିଦ୍ୟାଳୟ (181), ଯାଦବପୁର ବିଶ୍ୱବିଦ୍ୟାଳୟ (182), ଆନ୍ନା ବିଶ୍ୱବିଦ୍ୟାଳୟ (185), ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ (185), ଆଇଆଇଟି ଇନ୍ଦୋର (185), BITS ପିଲାନି (188) ), ଜାମିଆ ମିଲିଆ ଇସଲାମିଆ (188), ଏବଂ ଆମିଟି ୟୁନିଭରସିଟି ନୋଏଡା (200) ।

ଏହା ମଧ୍ୟ ପଢନ୍ତୁ: ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା ଉଚ୍ଚସ୍ତରୀୟ ବୈଠକ, ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

ଚଣ୍ଡୀଗଡ ୟୁନିଭରସିଟି ଏସିଆର ୧୮୫ ରାଙ୍କରେ ରହିଥିବା ବେଳେ ଇଣ୍ଡିଆର ୧୪ତମ ସ୍ଥାନରେ ରହିଛି । ଏହାସହ ଭାରତର ବେସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଶ୍ରେଷ୍ଠ 200 ତାଲିକାରେ ସ୍ଥାନ ପାଇଥିବା ସମସ୍ତ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କର ଏକାଡେମିକ୍ ପ୍ରତିଷ୍ଠା ଏବଂ ଆନ୍ତର୍ଜାତୀୟ ଅନୁସନ୍ଧାନ ନେଟୱର୍କରେ ଉନ୍ନତି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ନୂତନ ଶିକ୍ଷା ନୀତି ଯୋଗୁଁ ପ୍ରତିବର୍ଷ ଅଧିକରୁ ଅଧିକ ଭାରତୀୟ ବିଶ୍ୱବିଦ୍ୟାଳୟ ବିଶ୍ବ ରାଙ୍କିଙ୍ଗରେ ସ୍ଥାନ ପାଉଛି ।

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର କୁଳପତି ସତନମ ସିଂ ସାନ୍ଧୁ କହିଛନ୍ତି, ନୂତନ ଶିକ୍ଷା ନୀତି ୨୦୨୦ର ଲକ୍ଷ ହେଉଛି ଆନ୍ତର୍ଜାତୀୟ ଶିକ୍ଷା, ଅନୁସନ୍ଧାନ କ୍ଷେତ୍ରରେ ଉନ୍ନତି ଏବଂ ଛାତ୍ରମାନଙ୍କୁ ଉଦ୍ୟୋଗୀକରଣ ସୁଯୋଗ ପ୍ରଦାନ କରିବା ।"

ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରେରଣ ପାଇ ଗୁଜୁରାଟ ସରକାର GARIMA (Gujarat Accreditation and Ranking Institute Mechanism & Arrangement)ପ୍ରତିଷ୍ଠା କରିଛନ୍ତି । ଅପରପକ୍ଷେ ୟୁପି ସରକାର UPCRAM (Uttar Pradesh Centre for Ranking and Accreditation Mentoring) ପ୍ରତିଷ୍ଠା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details