ପାଟନା:ବିହାରର ବୈଶାଳୀ ସର୍ବଦା ଇତିହାସ ସାକ୍ଷୀ ରହିଆସିଛି । ଭଗବାନ ବୁଦ୍ଧ ଓ ମହାବୀର ଏଠାକାର ଲୋକଙ୍କୁ ଯେଉଁ ରାସ୍ତା ଦେଖାଇଥିଲେ ତାହାକୁ ଅନୁସରଣ କରନ୍ତି ସ୍ଥାନୀୟବାସୀ । ଯାହାର ପ୍ରମାଣ ମଧ୍ୟ ମିଳିଛି । ବୈଶାଳୀରେ ଥିବା ମ୍ୟୁଜିଅମରେ ରହିଛି ୧୮୦୦ ବର୍ଷ ପୂର୍ବର ଏକ ଟଏଲେଟ ପ୍ୟାନ(1800 Year Old Toilet Found In Vaishali) । ଯାହାକି ଏଠାକାର ଲୋକଙ୍କ ସ୍ବଚ୍ଛତାର ପରିଚୟ ଦେଉଛି । ଆଧୁନିକ ଯୁଗରେ ମଧ୍ୟ ଲୋକେ ଖୋଲାରେ ମଳ ତ୍ୟାଗ କରୁଥିବା ବେଳେ ସେତେବେଳ ସମୟରେ ମଧ୍ୟ ଲୋକେ ଶୌଚାଳୟର ବ୍ୟବହାର କରୁଥିଲେ । ଯାହାକି ନିଶ୍ଚିତ କୌତୁହଳର ବିଷୟ ।
- କିପରି ଥିଲା ପୁରାତନ ଶୌଚାଳୟ ?
ବୈଶାଳୀ ପ୍ରଶ୍ନତତ୍ତ୍ବ ସଂଗ୍ରହାଳୟରେ ଏହି 1800 ବର୍ଷ ପୁରୁଣା ଶୌଚାଳୟ ଦେଖିବାକୁ ପର୍ଯ୍ୟଟକ ଆସିଥାନ୍ତି । ଗୋଟିଏ ପଟେ ଦେଶ ତଥା ରାଜ୍ୟରେ ସ୍ବଚ୍ଛ ଭାରତ ମିଶନ ଅଧୀନରେ ଖୋଲା ମଳରୁ ମୁକ୍ତି ପାଇବା ପାଇଁ ସରକାର ଏକ କାର୍ଯ୍ୟକ୍ରମ ଚଳାଉଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ପ୍ରଥମ ଶତାବ୍ଦୀରୁ ଦ୍ବିତୀୟ ଶତାବ୍ଦୀ ପର୍ଯ୍ୟନ୍ତ, ଏହି ଶୌଚାଳୟ କୌତୁହଳର ବିଷୟ ହୋଇ ରହିଛି । ପ୍ରତ୍ନତାତ୍ତ୍ବିକ ସଂଗ୍ରହାଳୟରେ ରଖାଯାଇଥିବା ବସ୍ତୁଗୁଡ଼ିକୁ ଦେଖିବା ପାଇଁ ଦେଶ ତଥା ବିଦେଶର କୋଣ ଅନୁକୋଣରୁ ଲୋକମାନେ ଏଠାକୁ ଆସନ୍ତି, ଯେଉଁଠାରେ ଶୌଚାଳୟ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ ।
- ଏପରି ଥିଲା ୧୮୦୦ ବର୍ଷର ପୁରୁଣା ଟଏଲେଟ:-
ଏହି ଶୌଚାଳୟ ପ୍ୟାନରେ ଅନେକ ବିଶେଷତା ଦେଖିବାକୁ ମିଳିଛି । ଏହି ପ୍ୟାନଟି ଟେରାକୋଟା ଦ୍ବାରା ନିର୍ମିତ ଏବଂ ଏହାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏହାର ସର୍ବାଧିକ ବ୍ୟାସ ୮୮ ସେମି ଏବଂ ମୋଟେଇ ୭ ସେମି । ଶୌଚାଳୟ ପ୍ୟାନରେ ୨ଟି ଛିଦ୍ର ରହିଛି । ଗୋଟିଏ ଛିଦ୍ରରେ ପରିସ୍ରା ଯାଉଥିବା ବେଳେ ଅନ୍ୟ ଏକ ଗର୍ତ୍ତ ମଳ ପାଇଁ ରହିଛି । ପାଦ ରଖିବା ପାଇଁ ଏଥିରେ ଫୁଟରେଷ୍ଟ ମଧ୍ୟ ରହିଛି । ଆଜିର ଭାରତୀୟ ଶୌଚାଳୟ ପ୍ୟାନ ପରି ଏଥିରେ ବସିବା ପାଇଁ ଏକ ବ୍ୟବସ୍ଥା ଥିଲା ।
- କେଉଁଠି ମିଳିଥିଲା ଏହି ପ୍ୟାନ:-