ହାଇଦ୍ରାବାଦ:2018 ତୂଳନାରେ 2021 ରେ ହ୍ରାସ ପାଇଛି ଆତଙ୍କୀ ହାମଲା । 2018 ରେ ଏହି ଆକ୍ରମଣ ଘଟଣା ସଂଖ୍ୟା 417 ଥିବା ବେଳେ ଗତବର୍ଷ (2021) ଏହି ସଂଖ୍ୟା 229କୁ ହ୍ରାସ ପାଇଛି (MoS Home Nityanand Rai on anti terrorist operation)। ସେହିପରି ଚଳିତବର୍ଷ (ଜାନୁ୍ଆରୀରୁ ନଭମ୍ବର ମଧ୍ୟରେ) ଘାଟିରେ ଆତଙ୍କୀ ଆକ୍ରମଣ ଘଟଣାରେ ମୋଟ 3କାଶ୍ମୀର ପଣ୍ଡିତଙ୍କ ସମେତ ମୋଟ 14ଜଣ ସଂଖ୍ୟାଲଘୁ ପ୍ରାଣ ହରାଇଛନ୍ତି । ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ଏହି ସୂଚନା ସହ ଅବଗତ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।
ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ରାୟ କହିଛନ୍ତି, ଚଳିତବର୍ଷ ଆତଙ୍କବାଦୀ ଆକ୍ରମଣରେ ମୋଟ 14 ଜଣ ସଂଖ୍ୟାଲଘୁ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ 3କାଶ୍ମୀର ପଣ୍ଡିତ ରହିଛନ୍ତି । ସେହିପରି ଏକାଧିକ ଆତଙ୍କୀ ନିରୋଧୀ ଅପରେସନରେ ମଧ୍ୟ ସୁରକ୍ଷାବଳକୁ ସଫଳତା ମିଳିଛି ।