ଓଡିଶା

odisha

ETV Bharat / bharat

18 ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତା

18 ଜଣ ହିନ୍ଦୁ ଶରଣାର୍ଥୀଙ୍କୁ ପ୍ରଦାନ କରାଯାଇଛି ଭାରତୀୟ ନାଗରିକତା । ଜୟପୁର ପ୍ରଶାସନ ପକ୍ଷରୁ ନାଗରିକତା ଆଇନ 1955 ଆଧାରରେ ଜିଲ୍ଲାପାଳ ସମସ୍ତ ହିନ୍ଦୁ ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

18 ପାକିସ୍ତାନୀ ହିନ୍ଦୁଙ୍କୁ ପ୍ରଦାନ କରାଗଲା ଭାରତୀୟ ନାଗରିକତା
18 ପାକିସ୍ତାନୀ ହିନ୍ଦୁଙ୍କୁ ପ୍ରଦାନ କରାଗଲା ଭାରତୀୟ ନାଗରିକତା

By

Published : Dec 18, 2020, 8:51 PM IST

ଜୟପୁର:ନାଗରିକତା ସଂଶୋଧନ ଆଇନ ବିରୋଧରେ ଗିତ କିଛି ମାସ ପୂର୍ବରୁ ହୋଇଥିବା ପ୍ରବଳ ହଙ୍ଗାମା ମଧ୍ୟରେ ପାକିସ୍ତାନରୁ ଆସିଥିବା 18 ଜଣ ହିନ୍ଦୁ ଶରଣାର୍ଥୀଙ୍କୁ ପ୍ରଦାନ କରାଯାଇଛି ଭାରତୀୟ ନାଗରିକତା । ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ ଜୟପୁର ପ୍ରଶାସନ ପକ୍ଷରୁ ନାଗରିକତା ଆଇନ 1955 ଆଧାରରେ ଜିଲ୍ଲାପାଳ ଏହି ହିନ୍ଦୁ ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

18 ପାକିସ୍ତାନୀ ହିନ୍ଦୁଙ୍କୁ ପ୍ରଦାନ କରାଗଲା ଭାରତୀୟ ନାଗରିକତା

ଜୟପୁର ଜିଲ୍ଲାପାଳଙ୍କୁ ପାଖରୁ ଭାରତୀୟ ନାଗରିକତାର ପ୍ରମାଣପତ୍ର ଗ୍ରହଣ କରି ସମସ୍ତ ହିନ୍ଦୁ ଶରଣାର୍ଥୀ ଖୁସି ନଜର ଆସିଛନ୍ତି । ଏପରି କି ସେମାନଙ୍କ ଆଖିରେ ଲୁହ ମଧ୍ୟ ଆସିଯାଇଥିବାର ଦେଖିବାକୁ ମିଳିଛି । ଜିଲ୍ଲାପାଳ ଅନନ୍ତ ସିଂହ ନେହେରା କହିଛନ୍ତି, ମୋର ପଦଭାର ସମ୍ଭାଳିବା ପରେ ଏହି ଶରଣାର୍ଥୀଙ୍କ ବାବଦରେ ସୂଚନା ମିଳିଥିଲା । ତେବେ ଏମାନଙ୍କୁ ତୁରନ୍ତ ନାଗରିକତା ଦେବା ଲାଗି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କ୍ରମରେ 18 ଜଣ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି ।

ଅନ୍ୟପକ୍ଷେ ଭବିଷ୍ୟତରେ ମଧ୍ୟ ପାକିସ୍ତାନରୁ ଆସିଥିବା ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ଦିଆଯିବା ନେଇ ପ୍ରକ୍ରିୟାରେ ଯେଉଁ ବିଳମ୍ବ ହେଉଛି, ଖୁବ ଶିଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details