ଲକ୍ଷ୍ନୌ:ବନ୍ଦ ଘରୁ ନାବାଳିକଙ୍କ ମୃତଦେହ ଉଦ୍ଧାର । ଆପତ୍ତି ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ନାବାଳିକା ଜଣକ ଜୀବନ ହାରିଥିବା ପୋଲିସ ସୂଚନା ଦେଇଛି । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରେ । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ୩ ଜଣଙ୍କ ନାମର ମଧ୍ୟ ମାମଲା ରୁଜୁ କରିଛି । ଅଭିଯୁକ୍ତ ଜଣକ ସଂଖ୍ୟାଲଘୁ ସମ୍ପ୍ରଦାୟ ହୋଇଥିବା ବେଳେ ବିବାହ ପାଇ ନାବାଳିକାକୁ ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲା । ପରେ ଆପତ୍ତିଜନକ ଭିଡିଓ ଭାଇରାଲ କରିଥିଲା । ଏହାକୁ ସହ୍ୟ ନ କରି ପାରି ଚରମ ନିଷ୍ପତ୍ତି ନେଇଛନ୍ତି ନାବାଳିକା । ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୩ ତାରିଖ (ଶୁକ୍ରବାର) ଦିନ ଲଖିମପୁର ଖେରୀ ଜିଲ୍ଲାରେ ଗୋଟିଏ ବନ୍ଦ ଘରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଉକ୍ତ ନାବାଳିକାର ପରିବାର ଲୋକେ କୌଣସି କାରଣରୁ ବାହାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ନାବାଳିକା ଜୀବନ ହାରିଥିଲେ । ପୋଲିସ କହିବା ଅନୁଯାୟୀ, ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ । ଅଭିଯୁକ୍ତ ଜଣକ ନାବାଳିକାକୁ ବାରମ୍ବାର ନିର୍ଯାତନା ଦେବା ସହ ବ୍ଲାକ ମେଲିଙ୍ଗ କରୁଥିବା ମଧ୍ୟ ଅଭିଯୋଗ ଆଣିଥିଲେ ପରିବାର ଲୋକେ ।