ଲକ୍ଷ୍ନୌ: କୋଭିଡ୍ ମହାମାରୀ ସମୟରେ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜମାତିଙ୍କ ମଧ୍ୟରେ 17 ଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଏମାନଙ୍କୁ ମଧ୍ୟରେ 7 ଜଣ ବିଦେଶୀ ଥିବାବେଳେ 10 ଜଣ ଭାରତୀୟ ନାଗରିକ ରହିଛନ୍ତି ।
ବିଦେଶୀଙ୍କ ମଧ୍ୟରେ ଲଦ୍ରାସ ଉମର, ଇମାମ ସାଫି, ସାରନୋ, ହେନ୍ଦ୍ରା ସିମ୍ବୋଲୋ, ସତିଜୋ ଜୋଡିସୋନୋ ବେଡଜୋ, ଡେଡିକ ସ୍କେନ୍ଦର ଓ ଆଡେକୁସତିୱା ହୋଇଥିବାବେଳେ ଏମାନେ ସମସ୍ତେ ଇଣ୍ଡୋନେସିଆର ବୋଲି ଜଣାପଡିଛନ୍ତି ।
ବିଦେଶୀ ନାଗରିକମାନେ କହିଥିଲେ ଯେ, ସେମାନେ 2020 ଜାନୁଆରୀ 20 ତାରିଖରେ ଭାରତ ବୈଧ ଭିସା ଓ ପାସପୋର୍ଟ ଯୋଗେ ଆସିଥିଲେ । ଯେତେବେଳେ କି, ମାର୍ଚ୍ଚ 2 ତାରିଖରେ ଇଣ୍ଡୋନେସିଆରେ ପ୍ରଥମ କୋଭିଡ୍ କେସ ଆସିଥିଲା । ତେବେ ପୋଲିସ ଏମାନଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗିରଫ କରିଥିଲା । ପରେ ଏମାନଙ୍କୁ ବେଲ ମିଳିଥିବାବେଳେ ଏବେ ଏମାନଙ୍କୁ ଲକ୍ଷ୍ନୌର ଏକ କୋର୍ଟ ଦୋଷମୁକ୍ତ କରିଛି ।
ସେହିପରି କୋର୍ଟ 10 ଜଣ ଭାରତୀୟଙ୍କୁ ମଧ୍ୟ ଦୋଷମୁକ୍ତ କରିଛନ୍ତି । ସେମାନଙ୍କ ବିରୋଧରେ ପ୍ରମାଣ ଅଭାବରୁ ସେମାନଙ୍କୁ ଦୋଷମୁକ୍ତ କରାଯାଇଥିବା ଜଣାପଡିଛି ।
@IANS