ନୂଆଦିଲ୍ଲୀ: ଭାରତରେ ପୂର୍ବ ଅପେକ୍ଷା ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ହ୍ରାସ ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ 20 ହଜାର ଭିତରେ ରହୁଛି, ଯାହା ଦେଶବାସୀଙ୍କ ପାଇଁ ଆଶ୍ବସ୍ତିକର ଅଟେ ।
ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବା କଲ୍ୟାଣ ମନ୍ତ୍ରାଳୟର ଦୈନିକ ରିପୋର୍ଟ ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ 16 ହଜାର 505 ଟି ପଜିଟିଭ ରିପୋର୍ଟ ହୋଇଛି । ସେଥିରୁ 214 ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ସଂଖ୍ୟା 1 କୋଟି 3 ଲକ୍ଷ 40 ହଜାର 470 ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 49 ହଜାର 649 ରେ ପହଞ୍ଚିଛି ।