ନୂଆଦିଲ୍ଲୀ:ମିଥ୍ୟା,ଭାରତ ବିରୋଧୀ ତଥା ଜାତୀୟ ସୁରକ୍ଷାକୁ ପ୍ରଭାବିତ କରିବା ପରି ଖବର ପରିବେଷଣ ଜାରି ରଖିଥିବା 16 YouTube ଚ୍ୟାନେଲକୁ ନିଷେଧ ଘୋଷଣା କଲେ କେନ୍ଦ୍ର ସରକାର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଚ୍ୟାନେଲଗୁଡିକ ମଧ୍ୟମରେ ପାକିସ୍ତାନରୁ ଅପରେଟ ହେଉଥିବା 6 ୟୁଟ୍ୟୁବ ଚାନେଲ ମଧ୍ୟ ରହିଛି ।
ଭାରତ ବିରୋଧୀ ଖବର ପ୍ରସାରଣ: ପାକିସ୍ତାନୀ ସମେତ 16 YouTube ଚ୍ୟାନେଲ ବ୍ୟାନ
ଭାରତ ବିରୋଧୀ ତଥା ଜାତୀୟ ସୁରକ୍ଷାକୁ ପ୍ରଭାବିତ କରିବା ପରି ପ୍ରାୟୋଜିତ ଖବର ପରିବେଷଣ କରିଆସୁଥିବା 16 YouTube ଚ୍ୟାନେଲକୁ ଅଚଳ କଲେ ସରକାର । ତାଲିକାରେ ରହିଛି 6 ପାକିସ୍ତାନୀ ଚ୍ୟାନେଲ । ଅଧିକ ପଢନ୍ତୁ
6 ପାକିସ୍ତାନୀ ସମେତ 16 YouTube ଚାନେଲକୁ ଅଚଳ କଲା ସରକାର
ଭାରତର ସୁରକ୍ଷା, ବୈଦେଶିକ ନୀତି ପରି ସମ୍ବେଦନଶୀଳ ପ୍ରସଙ୍ଗରେ ଏହି ଚ୍ୟାନେଲଗୁଡିକ ନିରାଧର ତଥା ବିଭ୍ରାନ୍ତିକାର ତଥ୍ୟମାନ ପ୍ରସାରଣ କରିଆସୁଥିଲେ । ଏପରି ସୂଚନା ମିଳିବା ପରେ ଏମାନଙ୍କ ଉପରେ ନଜର ରଖିଥିଲା ସୂଚନା ପ୍ରସାରଣ ମନ୍ତ୍ରଣାଳୟ । ଏହା ମଧ୍ୟରୁ 6ଟି ଚ୍ୟାନେଲ ପାକିସ୍ତାନରୁ ଅପରେଟ ହେଉଥିବା ଜଣାପଡିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ମଧ୍ୟ ଭାରତ ବିରୋଧୀ କାର୍ଯ୍ୟ ପାଇଁ ଏକାଧିକ ଚ୍ୟାନେଲ ଓ ନ୍ୟୁଜ ଓ୍ବେବସାଇଟକୁ ବ୍ୟାନ କରାଯାଇସାରିଛି ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ