ହାଇଦ୍ରାବାଦ:ଗତ ଜୁନ ମାସାରେ ବାଲେଶ୍ବରରେ ହୋଇଥିବା ଭୟାନକ ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିଲା । ଦୁଇ ଏକ୍ସପ୍ରେସ ଓ ଏକ ମାଲଗାଡି ମଧ୍ୟରେ ହୋଇଥିବା ତ୍ରିକୋଣୀୟ ଦୁର୍ଘଟଣାରେ 294 ଯାତ୍ରୀଙ୍କ ଜୀବନ ଯାଇଥିଲା । ଏହି ଦୁର୍ଘଟଣାର ପୀଡିତଙ୍କ ପାଇଁ ଆମେରିକାରୁ ସହୟତା ରାଶି ଘୋଷଣା କରିଛନ୍ତି ଜଣେ ପ୍ରବାସୀ ଭାରତୀୟ ଛାତ୍ରୀ । ଏହି ଭାରତୀୟ ବଂଶଦ୍ଭୋବ ଛାତ୍ରୀ ହେଉଛନ୍ତି 16 ବର୍ଷୀୟା ତନିକ୍ସା ଧରଓ୍ବାଲ । ସେ ଏହି ପୀଡିତଙ୍କ ପାଇଁ 10 ହଜାର ଆମେରିକୀୟ ଡଲାର ସହୟତା ରାଶି ପ୍ରଦାନ କରିଛନ୍ତି ।
16 ବର୍ଷୀୟା ତନିକ୍ସା ଏହି ରାଶିକୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଦାନ କରିଛନ୍ତି । ସେ ଏହି ରାଶି ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ ଦୂତାବାସରେ ଭାରତର କନସୁନାଲ ଜେନେରାଲ ରଣଧୀର ଜୈସଓ୍ବାଲଙ୍କୁ ହସ୍ତାନ୍ତର ମଧ୍ୟ କରିଛନ୍ତି । ଏହି ଅର୍ଥରାଶି ହସ୍ତାନ୍ତର କରିବା ବେଳେ ତନିକ୍ସାଙ୍କ ପିତା-ମାତା ମଧ୍ୟ ଭାରତୀୟ ଦୂତାବାସରେ ଉପସ୍ଥିତ ଥିଲେ ।
ତନିସ୍କା ଏକ୍ସ (ପୂର୍ବରୁ ଟ୍ବିଟର)ରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି,‘‘ମୁଁ ଓଡିଶାର ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ଜାଣିବାକୁ ପାଇଲି । ମୋର ପିତା-ମାତାଙ୍କ ସହଯୋଗରେ ମୁଁ ‘ଗୋ-ଫଣ୍ଡ-ମି’ ନାମରେ ଏକ ସୋସିଆଲ ମିଡିଆ ପେଜ ଆରମ୍ଭ କଲି । ସ୍କୁଲ ସହପାଠୀ, ବନ୍ଧୁ ଏବଂ ସମ୍ପର୍କୀୟ ସହାୟତାର ପ୍ରାୟ 10,000 ଡଲାରରୁ ଅଧିକ ସଂଗ୍ରହ କରିବାରେ ସଫଳ ହୋଇଛି । ଆଶା କରୁଛି ଏହି ଟଙ୍କା ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାରେ ସମର୍ଥ ହେବ । ଏହା ମୋର ଏକ ଛୋଟ ପ୍ରୟାସ ଓ ଏହା ଖୁବ ସୁଦୂରପ୍ରସାରୀ ହେବା ନେଇ ମୁଁ ବେଶ ଆଶାବାଦୀ ମଧ୍ୟ ।’’